ମା’ ଝିଅଙ୍କୁ ମାରିଲା କିଏ ?

କଟକ(ଓଡ଼ିଶା ରିପୋର୍ଟର) :କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନିରେ ମାଆ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ସାଇଣ୍ଟିଫିକ୍ ଟିମ୍, ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମିଳିଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ଝିଅର ମୃତଦେହ ବେଡ୍‌ ରୁମରୁ ଉଦ୍ଧାର ହୋଇଥିଲା।  ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ୭ ମାସ ଧରି କୁନି ଝିଅର ମୁଣ୍ଡରେ ସମସ୍ୟା ଥିବାରୁ ଅପରେସନ୍ କରାଯାଇଥିଲା […]

7890

Tapas Behera
  • Published: Saturday, 19 December 2020
  • , Updated: 19 December 2020, 06:35 PM IST

କଟକ(ଓଡ଼ିଶା ରିପୋର୍ଟର) :କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନିରେ ମାଆ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ସାଇଣ୍ଟିଫିକ୍ ଟିମ୍, ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମିଳିଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ଝିଅର ମୃତଦେହ ବେଡ୍‌ ରୁମରୁ ଉଦ୍ଧାର ହୋଇଥିଲା।  ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ୭ ମାସ ଧରି କୁନି ଝିଅର ମୁଣ୍ଡରେ ସମସ୍ୟା ଥିବାରୁ ଅପରେସନ୍ କରାଯାଇଥିଲା । ତଥାପି ଝିଅର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ମାନସିକ ଚାପରେ ଥିଲେ ମାଆ ବନସ୍ମିତା ଓଝା ।

ଏହି କାରଣରୁ ପ୍ରଥମେ ଝିଅକୁ ହତ୍ୟା କରିବା ପରେ ସେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ହାଇକୋର୍ଟ ଛକ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀ ହେଉଛନ୍ତି ବନସ୍ମିତା । ଘଟଣା ସମୟରେ ସ୍ୱାମୀ ଘରେ ନ ଥିଲେ। ବଡ଼ ଝିଅକୁ ପଡ଼ିଶା ଘରକୁ ଖେଳିବାକୁ ପଠାଇ ଦେଇ ବନସ୍ମିତା ଏପରି କରିଥିବା ସନ୍ଦେହ କରୁଛନ୍ତି ସଂପର୍କୀୟ।

Related story