ଆଇଓସିଏଲ୍‌ ଉପରେ ୧୪୮୫ କୋଟି ଟଙ୍କା ରାଜସ୍ୱ ବାକି

ଭୁବନେଶ୍ୱର: ଆଇଓସିଏଲ୍‌ ଉପରେ ୧୪୮୫ କୋଟି ଟଙ୍କାର ରାଜସ୍ୱ ବାକି ରହିଛି। ଏହି ବକେୟା ଅର୍ଥ ପୈଠ କରିବାକୁ ଗତ ୨୨ ତାରିଖରେ କମ୍ପାନୀକୁ ନୋଟିସ୍‌ କରାଯାଇଛି। ଆଜି ବିଧାନସଭାରେ ଶୂନ୍ୟକାଳରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଅମାତ କହିଛନ୍ତି,“ପାରାଦୀପରେ ପ୍ରତିଷ୍ଠିତ ଆଇଓସିଏଲ୍‌ରୁ ତୈଳ ବିଶୋଧନାଗାରରୁ ୨୦୧୫ ନଭେମ୍ବର ୨୨ରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି। ୨୦୧୫ ଡିସେମ୍ବରରୁ ୨୦୧୬ ଡିସେମ୍ବର ମଧ୍ୟରେ ଆଇଓସିଏଲ ୧୪୮୫ କୋଟି ଟଙ୍କା ପୈଠ ନ କରି […]

pradeep

pradeep

Rakesh Mallick
  • Published: Monday, 27 February 2017
  • Updated: 27 February 2017, 06:12 PM IST

ଭୁବନେଶ୍ୱର: ଆଇଓସିଏଲ୍‌ ଉପରେ ୧୪୮୫ କୋଟି ଟଙ୍କାର ରାଜସ୍ୱ ବାକି ରହିଛି। ଏହି ବକେୟା ଅର୍ଥ ପୈଠ କରିବାକୁ ଗତ ୨୨ ତାରିଖରେ କମ୍ପାନୀକୁ ନୋଟିସ୍‌ କରାଯାଇଛି। ଆଜି ବିଧାନସଭାରେ ଶୂନ୍ୟକାଳରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଅମାତ କହିଛନ୍ତି,“ପାରାଦୀପରେ ପ୍ରତିଷ୍ଠିତ ଆଇଓସିଏଲ୍‌ରୁ ତୈଳ ବିଶୋଧନାଗାରରୁ ୨୦୧୫ ନଭେମ୍ବର ୨୨ରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି। ୨୦୧୫ ଡିସେମ୍ବରରୁ ୨୦୧୬ ଡିସେମ୍ବର ମଧ୍ୟରେ ଆଇଓସିଏଲ ୧୪୮୫ କୋଟି ଟଙ୍କା ପୈଠ ନ କରି ଅଟକାଇ ରଖିଛି।”

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ବୁଝାମଣା ସ୍ୱାକ୍ଷର ବେଳେ ଟିକସ୍‌ ଛାଡ ଋଣ କଥା ଥିଲା। ରାଜ୍ୟ ସରକାର ନୋଟିସ୍‌ ଆଣି ଆଇଓସିଏଲ୍‌କୁ ଟ୍ୟାକ୍ସ୍‌ ଡିଫରମେଣ୍ଟକୁ ପ୍ରତ୍ୟାହାର କରିଛନ୍ତି। ଏହାଦ୍ୱାରା ରାଜ୍ୟର କ୍ଷତି ହେବ। ଆଇଓସିଏଲ୍‌କୁ ବର୍ଷେ କି ଦୁଇ ବର୍ଷ ପାଇଁ ଏହି ସୁବିଧା ଦିଆଯାଇ ନ ଥିଲା। ୧୧ ବର୍ଷ ପାଇଁ କରମୁକ୍ତ ପାଇଁ ରାଜ୍ୟ ସରକାର ନିଜେ ଲେଖିକି ଦେଇଥିଲେ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଆଇଓସିଏଲ୍‌ ପ୍ରସଙ୍ଗ ଗୁରୁତର। କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବା ପରେ ଆମେ ଭାବୁଛୁ ଏ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏକଥା ସତ ଯେ ଓଡ଼ିଶାର ସ୍ୱାର୍ଥ ଉପରେ କେହି ନୁହନ୍ତି। ଓଡ଼ିଶାର ସ୍ୱାର୍ଥ କିପରି ରକ୍ଷା କରାଯିବ ସେ ସମ୍ପର୍କରେ ଆଲୋଚନା କରି ଦଳମତ ନିର୍ବିଶେଷରେ ଗୃହ ନିଷ୍ପତ୍ତି ନେବା ଆବଶ୍ୟକ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାଶବର୍ମା କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଯେଉଁ ବିବୃତି ରଖିଛନ୍ତି ତାହା ଠିକ୍‌ ନୁହେଁ। ସେଥିରେ (ଆଇଓସିଏଲ୍‌) ବିହାର ଓ ଝାଡ଼ଖଣ୍ଡର ବହୁ ଯୁବକ, ଯୁବତୀ ନିଯୁକ୍ତି ପାଇଛନ୍ତି। ସେଠାରେ ଓଡ଼ିଶାର ଯୁବକ, ଯୁବତୀଙ୍କ ପାଇଁ କୌଣସି ପ୍ରକାର ସୁଯୋଗ ନାହିଁ। ଓଡ଼ିଶାର ସ୍ୱାର୍ଥ ପାଇଁ କ୍ୟାବିନେଟ୍‌ ଯେଉଁ ନିଷ୍ପତ୍ତି ନେଇଛି ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଏହାକୁ ସ୍ୱାଗତ କରିବା କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos