ପୁଲିସକୁ ଖୋଜୁଛି ପୁଲିସ: ଆଇପିଏସ୍ ଏନ୍.ବି. ଭାରତୀ ହାଜର ହୁଅ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୁଟିରେ ନାହାନ୍ତିକି କି ଉଚ୍ଚପଦସ୍ତ ଅଫିସରଙ୍କୁ ଜଣାଇ ନାହାନ୍ତି। ତେବେ କୁଆଡ଼େ ଗଲେ ଆଇପିଏସ୍ ଅଫିସର ଏନ୍.ବି. ଭାରତୀ ? କେଉଁଠି ଅଛନ୍ତି ସେ ? କାହିଁକି ଦୀର୍ଘ ଦିନ ହେବ ସେ ଅଫିସ ଆସୁନାହାନ୍ତି ? ଗତ ଦୁଇ ବର୍ଷ ହେବ  ଆଇପିଏସ୍ ଏନ୍.ବି. ଭାରତୀଙ୍କ ପତ୍ତା ମିଳୁ ନଥିବା ବେଳେ ତାଙ୍କର ନିଖୋଜ ନେଇ ଖବର କାଗଜରେ ନୋଟିସ ଦିଆଯାଇଛି। ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ […]

5bn

5bn

Tapas Behera
  • Published: Wednesday, 08 September 2021
  • Updated: 09 September 2021, 08:32 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୁଟିରେ ନାହାନ୍ତିକି କି ଉଚ୍ଚପଦସ୍ତ ଅଫିସରଙ୍କୁ ଜଣାଇ ନାହାନ୍ତି। ତେବେ କୁଆଡ଼େ ଗଲେ ଆଇପିଏସ୍ ଅଫିସର ଏନ୍.ବି. ଭାରତୀ ? କେଉଁଠି ଅଛନ୍ତି ସେ ? କାହିଁକି ଦୀର୍ଘ ଦିନ ହେବ ସେ ଅଫିସ ଆସୁନାହାନ୍ତି ? ଗତ ଦୁଇ ବର୍ଷ ହେବ  ଆଇପିଏସ୍ ଏନ୍.ବି. ଭାରତୀଙ୍କ ପତ୍ତା ମିଳୁ ନଥିବା ବେଳେ ତାଙ୍କର ନିଖୋଜ ନେଇ ଖବର କାଗଜରେ ନୋଟିସ ଦିଆଯାଇଛି। ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଯାଇଛି ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି ।

ଏହି ତାରିଖରେ ଯଦି ସେ ହାଜର ନହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଏକତରଫା ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପବ୍ଲିକ୍ ନୋଟିସ୍ ରେ ଦର୍ଶାଯାଇଛି । ସେ ‌ଛୁଟି ନେଇନାହାନ୍ତି କି ମୌଖିକ ଭାବେ ଓଡ଼ିଶା ପୁଲିସର କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ଏନବି ଭାରତୀ, ପିତା ସ୍ୱର୍ଗତ ସିବି ନାରାୟଣ ଉଲ୍ଲେଖ ଥାଇ ରାଜାଜି ନଗର, ବାଙ୍ଗାଲୋର ଠିକଣାରେ ଚିଠି ପଠ‌ାଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଛି, ଏନ୍‌ବି ଭାରତୀଙ୍କ ପାଖକୁ ଯାଉଥିବା ଚିଠିଗୁଡ଼ିକ ଫେରିଆସୁଛି। ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ ହୋଇଛି।

ଓଡ଼ିଶା ପୁଲିସର HRPCରେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ନିଖୋଜ ଅଛନ୍ତି । ୨୦୧୭ ମସିହାରୁ ସେ ନିଜ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ୨୦୧୭ ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି । ତାଙ୍କ ଅନୁପସ୍ଥିତିର ତଦନ୍ତ କରିବାକୁ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ଗୃହ ବିଭାଗ । ତଦନ୍ତକାରୀ ଅଧିକାରୀ ଆଇପିଏସ୍ ଏନ୍.ବି. ଭାରତୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । ପୋଲିସ ଫାଇଲରେ ଥିବା ତାଙ୍କର ଠିକଣାରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା । ଫଳରେ ତାଙ୍କ ଚାମ୍ବର ବାହାରେ ଲଟକା ଜାରି କରାଯାଇଥିଲା । ଏଥିରେ ସଫଳ ନହେବାରୁ ଗତକାଲି ଏକ ଦୈନିକ ଖବରକାଗଜରେ ପବ୍ଲିକ୍ ନୋଟିସ୍ ଜାରି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story