ଆଇପିଏସ୍ ସଞ୍ଜୟ କୁମାର ହେଲେ ଏଡିଜି ଆଧୁନିକୀକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଓଡ଼ିଶା କ୍ୟାଡ଼ରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଚଳିତମାସ ୨୦ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ସଞ୍ଜୟ କୁମାର ୨୦୧୫ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ସଶସ୍ତ୍ର ସୀମା ବଳ(ଏସଏସବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ […]

ADG Sanjay Kumar

Ordigital Desk
  • Published: Tuesday, 24 May 2022
  • , Updated: 24 May 2022, 07:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଓଡ଼ିଶା କ୍ୟାଡ଼ରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଚଳିତମାସ ୨୦ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ।

ସଞ୍ଜୟ କୁମାର ୨୦୧୫ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ସଶସ୍ତ୍ର ସୀମା ବଳ(ଏସଏସବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ କାର୍ଯ୍ୟ କରିଥିଲେ । ୨୦୨୨ ମାର୍ଚ୍ଚ ୧୨ ତାରିଖରେ ତାଙ୍କୁ ନିଜ କ୍ୟାଡ଼ରକୁ ଫେରାଇ ଦିଆଯାଇଥିଲା । କିନ୍ତୁ ସେ ଛୁଟିରେ ରହିବା ପରେ ଚଳିତମାସ ୨୦ତାରିଖରେ ଓଡ଼ିଶା ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସଞ୍ଜୟ କୁମାର ଓଡ଼ିଶାର ବିଭିନ୍ନ ନକ୍ସଲପ୍ରବଣ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ ।

Related story