IPS ସାରା ଶର୍ମା ଗାଇଲେ ଫୁଟବଲ ମ୍ୟାଚ ପାଇଁ ଥିମ୍‌ ସଙ୍ଗ

ପାରାଳାଖେମୁଣ୍ଡି(ଆଦର୍ଶ ଦାସ): ଗଞ୍ଜାମ IPS ସାରା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ    ପରିଚିତ ଥିବା ଏହି ଅଧିକାରୀ ନିଜ କଣ୍ଠର ଯାଦୁରେ ବି ସମସ୍ତଙ୍କୁ ମତୁଆଲା କରିପାରନ୍ତି। ପୂର୍ବରୁ ସେ ବହୁ ଗୀତରେ କଣ୍ଠଦାନ କରିସାରିଥିବା ବେଳେ ଏବେ ଫୁଟବଲ ମ୍ୟାଚ ପାଇଁ ଥିମ୍‌ ସଙ୍ଗ ଗାଇ ପ୍ରଶଂସା ସାଉଣ୍ଟିଛନ୍ତି ଏହି ଅଫିସର। ଗତକାଲି ଏହି ଥିମ୍‌ ସଙ୍ଗକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟୁଡିଓରେ ଥିମ୍‌ ସଙ୍ଗ ଗାଇବା […]

sara-4--1

Niharika Rout
  • Published: Thursday, 27 February 2020
  • , Updated: 27 February 2020, 01:13 PM IST

ପାରାଳାଖେମୁଣ୍ଡି(ଆଦର୍ଶ ଦାସ): ଗଞ୍ଜାମ IPS ସାରା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ    ପରିଚିତ ଥିବା ଏହି ଅଧିକାରୀ ନିଜ କଣ୍ଠର ଯାଦୁରେ ବି ସମସ୍ତଙ୍କୁ ମତୁଆଲା କରିପାରନ୍ତି। ପୂର୍ବରୁ ସେ ବହୁ ଗୀତରେ କଣ୍ଠଦାନ କରିସାରିଥିବା ବେଳେ ଏବେ ଫୁଟବଲ ମ୍ୟାଚ ପାଇଁ ଥିମ୍‌ ସଙ୍ଗ ଗାଇ ପ୍ରଶଂସା ସାଉଣ୍ଟିଛନ୍ତି ଏହି ଅଫିସର।

ଗତକାଲି ଏହି ଥିମ୍‌ ସଙ୍ଗକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟୁଡିଓରେ ଥିମ୍‌ ସଙ୍ଗ ଗାଇବା ବେଳେ ସାରା ଶର୍ମା ଧୁନର ତାଳରେ ନିଜକୁ ହଜାଇ ଦେଇଥିଲେ।

ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ  ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫୁଟବଲ ମ୍ୟାଚ ଚାଲିଛି। ଏଥିନିମନ୍ତେ ଥିମ୍‌ ସଂଗ ଗାଇଛନ୍ତି IPS ସାରା । ଏହି ଥିମ୍‌ ସଙ୍ଗକୁ ଗତକାଲି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଚାଲିଥିବା ଜୋନାଲ ଫୁଟବଲ ମ୍ୟାଚଗୁଡ଼ିକରେ ଏହି ଗୀତ ପରିବେଷଣ କରାଯାଉଛି ।

 

ଆସନ୍ତା ମାସରେ ବାରବାଟୀରେ ହେବାକୁ ଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫାଇନାଲ ମ୍ୟାଚରେ ବି ଏହି ଗୀତ ପରିବେଷଣ କରାଯିବ।

Related story