କାଳ ହେଲା କି ସରକାରଙ୍କ ବାଧ୍ୟତାମୂଳକ ଅବସର ଚିଠି? ଆଉ ନାହାନ୍ତି ଗଙ୍ଗାଧର

ସୁନ୍ଦରଗଡ (ଓଡ଼ିଶା ରିପୋର୍ଟର) ଗୁରୁତର ରୋଗୀଙ୍କୁ କାଳ ହେଲା କି ସରକାରଙ୍କ ବାଧ୍ୟତାମୂଳକ ଅବସର ଚିଠି? ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଛନ୍ତି ସୁନ୍ଦରଗଡ଼ ଉଜ୍ଜ୍ୱଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଗଙ୍ଗାଧର । ପରିବାର ଲୋକଙ୍କ ଅଭିଯୋଗ ଚିଠି ପାଇ ଭାଙ୍ଗି ପଡିଥିଲେ ଗଙ୍ଗାଧର । ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚାଲିଥିଲା ଚିକିତ୍ସା । ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ । ଠିକ୍ ଏତିକି ବେଳେ ପହଁଚିଥିଲା ଡିଇଓ ଅଫିସରୁ […]

689

689

Tapas Behera
  • Published: Sunday, 28 February 2021
  • Updated: 01 March 2021, 12:29 PM IST

Sports

Latest News

ସୁନ୍ଦରଗଡ (ଓଡ଼ିଶା ରିପୋର୍ଟର) ଗୁରୁତର ରୋଗୀଙ୍କୁ କାଳ ହେଲା କି ସରକାରଙ୍କ ବାଧ୍ୟତାମୂଳକ ଅବସର ଚିଠି? ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଛନ୍ତି ସୁନ୍ଦରଗଡ଼ ଉଜ୍ଜ୍ୱଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଗଙ୍ଗାଧର । ପରିବାର ଲୋକଙ୍କ ଅଭିଯୋଗ ଚିଠି ପାଇ ଭାଙ୍ଗି ପଡିଥିଲେ ଗଙ୍ଗାଧର । ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚାଲିଥିଲା ଚିକିତ୍ସା । ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ । ଠିକ୍ ଏତିକି ବେଳେ ପହଁଚିଥିଲା ଡିଇଓ ଅଫିସରୁ ଚିଠି । ୫୦ ବର୍ଷ ପାର କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖବର ଶୁଣି ଅଚେତ ହୋଇପଡିଥିଲେ ଗଙ୍ଗାଧର।

ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ  ହୋଇଯାଇଥିଲା। ଗଙ୍ଗାଧରଙ୍କ ଆଉ ୪ ବର୍ଷ ୮ ମାସ ଚାକିରି ଥିଲା । ଅସୁସ୍ଥତା କାରଣରୁ ସେ ୧୫ ଦିନ ଛୁଟି ନେଇଥିଲେ।   ତେବେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଆଉ ୩ ମାସ ଛୁଟି ବଢାଇବାକୁ ଆବେଦନ କରିଥିଲେ । ହେଲେ ଛୁଟି ବଢିବ କଣ ତାଙ୍କ ପାଖରେ ସିଧା ପହଁଚି ଯାଇଥିଲା ବାଧ୍ୟତାମୂଳକ ଅବସରର ଚିଠି।

ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କ ସଂପର୍କିତ ଖବର ଗତକାଲି ପ୍ରସାରିତ ହୋଇଥିଲା। ବ୍ରେନ ଟ୍ୟୁମରରେ ପୀଡିତ ହୋଇ ୩ ବର୍ଷ ତଳେ ଦୃଷ୍ଟିଶକ୍ତି ହରାଇଥିଲେ ତପେଶ୍ୱରୀ । ତେବେ ୫୦ ବର୍ଷ ହୋଇଯାଇଥିବା ଦର୍ଶାଇ ସରକାର ତାଙ୍କୁ ମଧ୍ୟ ବଧ୍ୟତାମୂଳକ ଅବସର ଦେଇଛନ୍ତି । ତେବେ ଖବର ପ୍ରସାରଣ ପରେ ଟିମ୍ ପଠାଇ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos