Advertisment

ଦୁଇ ଦଶନ୍ଧିର ସେବା ତୁଚ୍ଛ, ତପେଶ୍ୱରୀଙ୍କୁ ସରକାର ଦେଲେ ଶକ୍ତ ଝଟ୍‌କା

ସୁନ୍ଦରଗଡ଼(ବିଜୟ ବରୁଆ): ଦୀର୍ଘ ୨୭ ବର୍ଷର ନିରବଚ୍ଛିନ୍ନ ସାଧନା। କର୍ତ୍ତବ୍ୟପରାୟଣତା ସବୁ ଯେମିତି ତୁଛ ହୋଇଯାଇଛି। ଆଉ ମାତ୍ର ୬ ବର୍ଷ ପରେ ଶିକ୍ଷକତାରୁ ସସମ୍ମାନେ ଅବସର ନେଇଥାନ୍ତେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । କିନ୍ତୁ ତା ପୂର୍ବରୁ ତାଙ୍କ ବୃତ୍ତିଗତ ଜୀବନକୁ ଲାଗିଛି ବଡ଼ ଝଟ୍‌କା। ପିଲାଙ୍କ  ପାଠ୍ୟଦାନକୁ ବ୍ରତ କରିଥିବା ତପେଶ୍ୱରୀଙ୍କୁ ନିକଟରେ ସରକାର ଦେଇଛନ୍ତି ବଡ଼ ଝଟକା।  ୫୦ ବର୍ଷ ହୋଇ ସାରିଥିବାରୁ ତାଙ୍କୁ ଚାକିରିରୁ […]

author-image
Tapas Behera
ଅଦ୍ୟତନ ହୋଇଛି
ଦୁଇ ଦଶନ୍ଧିର ସେବା ତୁଚ୍ଛ, ତପେଶ୍ୱରୀଙ୍କୁ ସରକାର ଦେଲେ ଶକ୍ତ ଝଟ୍‌କା

56

ସୁନ୍ଦରଗଡ଼(ବିଜୟ ବରୁଆ): ଦୀର୍ଘ ୨୭ ବର୍ଷର ନିରବଚ୍ଛିନ୍ନ ସାଧନା। କର୍ତ୍ତବ୍ୟପରାୟଣତା ସବୁ ଯେମିତି ତୁଛ ହୋଇଯାଇଛି। ଆଉ ମାତ୍ର ୬ ବର୍ଷ ପରେ ଶିକ୍ଷକତାରୁ ସସମ୍ମାନେ ଅବସର ନେଇଥାନ୍ତେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । କିନ୍ତୁ ତା ପୂର୍ବରୁ ତାଙ୍କ ବୃତ୍ତିଗତ ଜୀବନକୁ ଲାଗିଛି ବଡ଼ ଝଟ୍‌କା। ପିଲାଙ୍କ  ପାଠ୍ୟଦାନକୁ ବ୍ରତ କରିଥିବା ତପେଶ୍ୱରୀଙ୍କୁ ନିକଟରେ ସରକାର ଦେଇଛନ୍ତି ବଡ଼ ଝଟକା।  ୫୦ ବର୍ଷ ହୋଇ ସାରିଥିବାରୁ ତାଙ୍କୁ ଚାକିରିରୁ ବାଧ୍ୟମୂଳକ ଅବସର ଲାଗି ଗତ ୧୭ ତାରିଖରେ ସୁନ୍ଦରଗଡ଼ ବିଇଓଙ୍କ କାର୍ଯ୍ୟାଳୟରୁ ତାଙ୍କୁ ହୋଇଛି ନିର୍ଦ୍ଦେଶନାମା । ଯାହାକୁ ଦେଖି ସେ ଖାଲି ବିଚଳିତ ନୁହଁ, ବରଂ ମାନସିକ ଭାବେ ଭାରସାମ୍ୟ ହରାଇଥିବା କହିଛନ୍ତି ତପେଶ୍ୱରୀ।

Advertisment

୨୦୧୭ରେ ବ୍ରେନ୍ ଟ୍ୟୁମର ଶିକାର ହୋଇ ଅସ୍ତ୍ରୋପଚାର ପରେ ହଠାତ ନିଜର ଦୃଷ୍ଟିଶକ୍ତି ହରାଇଥିଲେ ତପେଶ୍ୱରୀ । କିନ୍ତୁ ଦୃଷ୍ଟିହୀନତା ତାଙ୍କୁ ସେବା ଓ କର୍ତ୍ତବ୍ୟରୁ କେବେ ବି ବିଚ୍ୟୁତି କରିପାରିନି । ଆଜି ବି ସେ ନିୟମିତ ସ୍କୁଲ ଯିବା ସହ ପିଲାଙ୍କୁ ଶିକ୍ଷାଦାନରେ କେବେ ଅବହେଳା କରିନଥିବା କୁହନ୍ତି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ। ସେପଟେ ଭିନ୍ନକ୍ଷମତାର ଶିକାର ପରେ ସରକାର କିନ୍ତୁ ତାଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଏତେ ନିଷ୍ଠୁର କେମିତି ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତପେଶ୍ୱରୀଙ୍କ ପରିବାର ଲୋକେ। ସେପଟେ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁକୂଳ ନଥିବାରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଏ ପଦକ୍ଷେପ ନିଆଯାଇଥିବା ଏକ ଇଂରାଜୀ ଦୈନିକକୁ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ।

ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ନିୟମିତ ସମୀକ୍ଷା ପରେ ଅବସର ଦେବା ଲାଗି ୨୦୧୯ରେ ଏକ ନିର୍ଦ୍ଦେଶନାମା ଆଣିଥିଲେ ରାଜ୍ୟ ସରକାର। ଏପଟେ ଭିନ୍ନକ୍ଷମ ଅଧିକାର ଆଇନ୍ ୨୦୧୬ ଅନୁସାରେ ଚାକିରି ସମୟରେ କୌଣସି  କର୍ମଚାରୀ ଭିନ୍ନକ୍ଷମ ହେଲେ ତାଙ୍କୁ ଚାକିରିରୁ ବାହାର କରାଯାଇପାରିବ ନାହିଁ । ହେଲେ ତପେଶ୍ୱରୀଙ୍କୁ କେମିତି ଚାକିରିରୁ ବାହାର କରିବା ପାଇଁ ଏକ ପ୍ରକାର ରାସ୍ତା ତିଆରି କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment