ଇସ୍କନ୍ ଜମି ବିବାଦ ମାମଲା: ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ରାୟ ସଂରକ୍ଷିତ

ପୁରୀ: ପୁରୀ ବଳିଆପଣ୍ଡାଠାରେ ଇସ୍କନ୍ ପ୍ରସ୍ତାବିତ ଭବ୍ୟ ମନ୍ଦିର ପାଇଁ ଜମି ବିବାଦ ମାମଲାରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ରାୟ ସଂରକ୍ଷିତ ରଖିଛନ୍ତି। ଗତ ୩ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ପକ୍ଷଙ୍କୁ ଲିଖିତ ଆକାରରେ ତାଙ୍କ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୪ରେ ଜମି ବିବାଦରେ ଏକ ରାୟକୁ ଚ୍ୟାଲେଞ୍ଜ କରି ଜଗନ୍ନାଥ ଜଗଦେବ ରାଏ ନାମକ ବ୍ୟକ୍ତି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି କେସ୍‌ରେ ଗତବର୍ଷ ମାର୍ଚ୍ଚ ୧୮ରେ […]

iscon

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 03:13 PM IST

ପୁରୀ: ପୁରୀ ବଳିଆପଣ୍ଡାଠାରେ ଇସ୍କନ୍ ପ୍ରସ୍ତାବିତ ଭବ୍ୟ ମନ୍ଦିର ପାଇଁ ଜମି ବିବାଦ ମାମଲାରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ରାୟ ସଂରକ୍ଷିତ ରଖିଛନ୍ତି। ଗତ ୩ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ପକ୍ଷଙ୍କୁ ଲିଖିତ ଆକାରରେ ତାଙ୍କ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୪ରେ ଜମି ବିବାଦରେ ଏକ ରାୟକୁ ଚ୍ୟାଲେଞ୍ଜ କରି ଜଗନ୍ନାଥ ଜଗଦେବ ରାଏ ନାମକ ବ୍ୟକ୍ତି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି କେସ୍‌ରେ ଗତବର୍ଷ ମାର୍ଚ୍ଚ ୧୮ରେ ଅନ୍ତରୀଣ ରହିତାଦେଶର ନିର୍ଦ୍ଦେଶ ଥିବା ଏକ ଦଲିଲ୍‌ କୋର୍ଟରେ ଆଜି ଦାଖଲ କରାଯାଇଥିଲା। ତେଣୁ ରାୟ ସଂରକ୍ଷିତ ରଖାଯାଇଥିବା ଜଣାପଡିଛି। ଅନ୍ୟପଟେ ଇସ୍କନ ଜମି ଜାଲିଆତି କରିଛି ବୋଲି ପିୟୁଷ ହସମୁଖଲାଲ୍ ଦେଶାଇଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ରହିତାଦେଶ କିଛି ଜମିକୁ ନେଇ ହୋଇଥିବାରୁ ପୁରା ଜମି ବିବାଦ ମାମଲା ଏଥିପାଇଁ ପ୍ରଭାବିତ ହଇପାରିବ ରହିପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ।

Related story