ଇସ୍କନର ଜଗନ୍ନାଥ ମନ୍ଦିର ପ୍ରସଙ୍ଗ: ଜିଲ୍ଲାପାଳଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

ପୁରୀ: ପୁରୀ ସିପସରୁବାଲିରେ ବିବାଦୀୟ ଇସ୍କନ ଜଗନ୍ନାଥ ମନ୍ଦିର ମାମଲାରେ ଆଜି ଜିଲ୍ଲାପାଳଙ୍କ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିବା ବେଳେ ଜିଲ୍ଳାପାଳ ରାୟ ସଂରକ୍ଷିତ ରଖିଛନ୍ତି। ସିପସରୁବାଲିରେ ଇସ୍କନ ଦ୍ୱାରା ପ୍ରସ୍ତାବିତ  ଜଗନ୍ନାଥ ମନ୍ଦିରର ପ୍ଳାନକୁ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ମଞ୍ଜୁରୀ ଦେଇଥିଲେ। ଏହାକୁ ବିରୋଧ କରି ମାମଲା ରୁଜୁ ହୋଇଥିଲା। ପ୍ରତିପକ୍ଷ ଓକିଲ ମନ୍ଦିର ପ୍ଲାନ୍‌କୁ ରଦ୍ଦ କରିବା ଲାଗି ଯୁକ୍ତି ରଖିଥିଲେ। ଏହି ମାମଲା ହାଇକୋର୍ଟରେ  ମଧ୍ୟ ବିଚାରଧୀନ […]

iscon

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 10:30 AM IST

ପୁରୀ: ପୁରୀ ସିପସରୁବାଲିରେ ବିବାଦୀୟ ଇସ୍କନ ଜଗନ୍ନାଥ ମନ୍ଦିର ମାମଲାରେ ଆଜି ଜିଲ୍ଲାପାଳଙ୍କ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିବା ବେଳେ ଜିଲ୍ଳାପାଳ ରାୟ ସଂରକ୍ଷିତ ରଖିଛନ୍ତି। ସିପସରୁବାଲିରେ ଇସ୍କନ ଦ୍ୱାରା ପ୍ରସ୍ତାବିତ  ଜଗନ୍ନାଥ ମନ୍ଦିରର ପ୍ଳାନକୁ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ମଞ୍ଜୁରୀ ଦେଇଥିଲେ। ଏହାକୁ ବିରୋଧ କରି ମାମଲା ରୁଜୁ ହୋଇଥିଲା। ପ୍ରତିପକ୍ଷ ଓକିଲ ମନ୍ଦିର ପ୍ଲାନ୍‌କୁ ରଦ୍ଦ କରିବା ଲାଗି ଯୁକ୍ତି ରଖିଥିଲେ। ଏହି ମାମଲା ହାଇକୋର୍ଟରେ  ମଧ୍ୟ ବିଚାରଧୀନ ରହିଛି। କୋର୍ଟଙ୍କ ରାୟ ଆସିବା ପରେ ଜିଲ୍ଳାପାଳ ତାଙ୍କ ରାୟ ପ୍ରକାଶ କରିବେ ବୋଲି ଜଣାପଡ଼ିଛି।

ପ୍ରତିପକ୍ଷ ଓକିଲ ଅଶୋକ ଦାସ କହିଛନ୍ତି,“ ଇସ୍କନର ଜଗ୍ନନାଥ ମନ୍ଦିର ପ୍ରସଙ୍ଗରେ ଆଜି ଜିଲ୍ଳାପାଳଙ୍କ ପାଖରେ ଉଭୟ ଇସ୍କନ ଓ ଆମ ତରଫରୁ ଚୂଡ଼ାନ୍ତ ଶୁଣାଣି ସରିଛି। ମାନ୍ୟବର ହାଇକୋର୍ଟଙ୍କ ପାଖରେ ଏହି ମାମଲା ବିଚାରାଧୀନ ରହିଛି। ଜିଲ୍ଲାପାଳ କୌଣସି ଅର୍ଡର ପାସ୍ କରିପାରିବେ ନାହିଁ  ବୋଲି ନିର୍ଦ୍ଦିଷ୍ଟ ଭାବେ ହାଇକୋର୍ଟ କହିଛନ୍ତି । ସେ ଦୃଷ୍ଟିରୁ ଜିଲ୍ଲାପାଳ ହାଇକୋର୍ଟଙ୍କ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପାଇଲା ପର୍ଯ୍ୟନ୍ତ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି।”

Related story