ହାତ ଧରିଲେ ଯଜ୍ଞେଶ୍ୱର

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଯଜ୍ଞେଶ୍ୱର କହିଛନ୍ତି ଯେ ସବୁ ବିକଳ୍ପକୁ ଅନୁଧ୍ୟାନ କଲା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି। ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ତାହା ସେ କଂଗ୍ରେସ ପାଇଁ କରିବେ। ଯଜ୍ଞେଶ୍ୱର ବିଜେଡିରେ ଥିଲେ। ପରେ […]

congress1

congress1

Jitendra Garnayak
  • Published: Thursday, 14 March 2019
  • Updated: 14 March 2019, 04:31 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଯଜ୍ଞେଶ୍ୱର କହିଛନ୍ତି ଯେ ସବୁ ବିକଳ୍ପକୁ ଅନୁଧ୍ୟାନ କଲା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି। ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ତାହା ସେ କଂଗ୍ରେସ ପାଇଁ କରିବେ।

ଯଜ୍ଞେଶ୍ୱର ବିଜେଡିରେ ଥିଲେ। ପରେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବା ପରେ ସେ ସେଥିରେ ଯୋଗ ଦେଇଥିଲେ।
ଆଜି ଯଜ୍ଞେଶ୍ୱରଙ୍କ ସହିତ ବିଜେପିର କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos