କୋରାପୁଟ(ସୂର୍ଯ୍ୟ ପଣ୍ଡା): ରୋଜଗାରର ନୂଆ ପନ୍ଥା ଦେଖାଇଛି ପଣସ ଚିପ୍ସ। ଗତବର୍ଷ ଓରମାସ, ନାବାର୍ଡ ଓ କିଛି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ମହିଳା ଉତ୍ପାଦକ ଦଳକୁ ପଣସରୁ ଚିପ୍ସ ତିଆରି ପ୍ରକ୍ରିୟା ସଂପର୍କରେ ତାଲିମ ଦିଆଯାଇଥିଲା। ତେବେ ଚଳିତବର୍ଷ ଜିଲ୍ଲାରରୁ ପାଖାପାଖି ୧୦ ଟନ ପଣସ ଚିପ୍ସ ତିଆରି ଲକ୍ଷ୍ୟ ରଖାଯାଇଥିବା ଓରମାସ୍ ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି।
କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଚୁର ମାତ୍ରାରେ ପଣସ ଫଳୁଛି। ଏହାକୁ ପୂର୍ବରୁ ଗାଁ ଲୋକେ ଅତି କମ୍ ଦାମରେ ପଡ଼ୋଶୀ ରାଜ୍ୟର ବ୍ୟବସାୟୀଙ୍କ ହାତକୁ ଟେକି ଦେଉଥିଲେ। ଯାହାଫଳରେ ପଣସ ବେପାରୀମାନେ ମାଲାମାଲ ହେଉଥିଲେ। କିନ୍ତୁ ଗରିବ ଆଦିବାସୀମାନଙ୍କ ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନି। ତେବେ ଗତବର୍ଷଠାରୁ ଆରମ୍ଭ ହୋଇଥିବା ପଣସ ଚିପ୍ସ ପ୍ରଣାଳୀ ଗ୍ରାମବାସୀଙ୍କୁ ଆଣିଦେଇଛି ରୋଜଗାରର ନୂଆ ଏକ ପନ୍ଥା। କୋରାପୁଟ ମାଟିରୁ ଏହି ନୂଆ ଉତ୍ପାଦ ମାନ ବୃଦ୍ଧି କରିବା ଦିଗରେ ନାବାର୍ଡ ସହାୟତାର ହାତ ବଢାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।
Accident
ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଭ୍ୟାନ, ସ୍ୱାମୀ-ସ୍ତ୍ରୀ ମୃତ
ଦୁର୍ଘଟଣା ଘଟାଇଥିବା କୁକୁଡ଼ା ବୋଝେଇ ଭ୍ୟାନଟି ଫେରାର୍ ହୋଇଯାଇଛି। ତଦନ୍ତ କରୁଛି ପୁଲିସ।
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।