ଜଗା ଖାଇଲା ଭାତ, ଡାଲି ଓ ଅଣ୍ଡା
- Published: Thursday, 09 November 2017
- , Updated: 09 November 2017, 05:30 PM IST
<p>ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଅପରେସନ ପରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି। ଜଗା ଏବେ ଜେନେରାଲ ଓ୍ୱାର୍ଡରେ ଚିକିତ୍ସାଧୀନଅଛି। ଆଜି ଜଗା ଭାତ, ଡାଲି ଓ ଅଣ୍ଡା ଖାଇଛି। ମାଆ ଡାକିଲେ ଶୁଣୁଛି, ତାଙ୍କ କୋଳରେ ବସି ଗୀତ ଶୁଣୁଛି।</p>
<p>ତେବେ କାଳିଆ ଏବେ ବି ଆଇସିୟୁରେ ଅଛି। ତା’ ଅବସ୍ଥାରେ ମଧ୍ୟ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ଉଭୟଙ୍କୁ ଡାକ୍ତରମାନେ ନଜର ରଖିଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।</p>