ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କ ଆଜି ତୃତୀୟ ଜନ୍ମଦିନ। ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଉଭୟେ ସେମାନଙ୍କ ଜନ୍ମଦିନ ପାଳନ କରିବେ। ଏଥିପାଇଁ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ନିରାଡମ୍ବର ଭାବେ ଉଭୟ ଶିଶୁଙ୍କ ଜନ୍ମଦିନ ପାଳିବାକୁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ଦୁଇ ଶିଶୁଙ୍କ ପାଇଁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ବିଶେଷ ଆୟୋଜନ କରାଯାଇଥିଲା।</p> <p>ଜଗା କାଳିଆ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ବେଳେ ନ୍ୟୁଜ ଓଟିଭି ରେପ୍ରଥମେ ଏହି ଦୁଇ ଭାଇଙ୍କ ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଉଭୟଙ୍କ ଚିକତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ। ଗତ ଅକ୍ଟୋବର ମାସରେ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଅସ୍ତ୍ରୋପଚାର କରାଯାଇ ଏହି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା ।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।