ମା’ ହାତ ଧରି ଚାଲିଲା ଜଗା, ଆଖି ଖୋଲିଲା କାଳିଆ

ଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରୁ ଆସିଲା ଖୁସିର ଖବର। ମା’ର ହାତ ଧରି ଚାଲିଲା ଜଗା। ବେଳେ ବେଳେ ମୁରୁକି ହସୁଛି। ସେହିପରି କାଳିଆର ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ହେଉଛି। ବେଡ଼୍‌ରେ ଶୋଇଥିବା କାଳିଆ ଆଜି ଆଖି ଖୋଲିଛି। ଏନେଇ ଆଜି ଏମ୍‌ସ ପକ୍ଷରୁ ଭିଡ଼ିଓ ଜାରି କରାଯାଇଛି। କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଅଲଗା ହେବା ପରେ ପ୍ରଥମେ ଜଗାର ସ୍ୱାସ୍ଥ୍ୟାର ଉନ୍ନତି ଆସିଥିଲା। ଜଗା ବଲ ଖେଳିବା ସହିତ […]

jaga-walking-with-his-mother

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 07:01 PM IST

ଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରୁ ଆସିଲା ଖୁସିର ଖବର। ମା’ର ହାତ ଧରି ଚାଲିଲା ଜଗା। ବେଳେ ବେଳେ ମୁରୁକି ହସୁଛି। ସେହିପରି କାଳିଆର ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ହେଉଛି। ବେଡ଼୍‌ରେ ଶୋଇଥିବା କାଳିଆ ଆଜି ଆଖି ଖୋଲିଛି। ଏନେଇ ଆଜି ଏମ୍‌ସ ପକ୍ଷରୁ ଭିଡ଼ିଓ ଜାରି କରାଯାଇଛି।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଅଲଗା ହେବା ପରେ ପ୍ରଥମେ ଜଗାର ସ୍ୱାସ୍ଥ୍ୟାର ଉନ୍ନତି ଆସିଥିଲା। ଜଗା ବଲ ଖେଳିବା ସହିତ ନିଜ ହାତରେ ବିସ୍କୁଟ ଖାଉଥିଲା। କାଳିଆ ସାଧାରଣ ୱାର୍ଡ଼କୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଧୀରେଧୀରେ ଉନ୍ନତି ଘଟୁଛି। ଆଜି ସେ ଆଖି ଖୋଲିଛି।

ଅକ୍ଟୋବର ୨୬ ତାରିଖରେ ଅଲଗା ହୋଇଥିଲେ ଜଗା ଓ କାଳିଆ। ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ଅଲଗା କରିବାରେ ସଫଳ ହୋଇଥିଲେ। ଅପରେସନରେ ପରେ ଦୁଇ ଭାଇଙ୍କୁ ଆଇସିୟୁରେ ରଖାଯାଇଥିଲା।

ଅକ୍ଟୋବର ୨୫ ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହେଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ନନ୍‌ଷ୍ଟପ୍‌ ସର୍ଜରୀରେ ଲାଗିଛନ୍ତି ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ତେବେ ଗତଥର ଭଳି ଏଥର ଦେଶ ବାହାରୁ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ନାହିଁ।

Related story