ପୁରୀ ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ: ଗଜପତି

ପୁରୀ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ନନ୍ଦିଘୋଷ ରଥ ବିଶ୍ୱର ବଡ଼ ରଥ ବୋଲି ଗିନିଜ ବୁକ୍ ରେକର୍ଡ ହାସଲ ପରା ବିବାଦୀୟ ପରିସ୍ଥିତି ଉପୁଜିଛି। ପୁରୀ ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ ବୋଲି ଗଜପତି ଦିବ୍ୟସିଂହ ଦେବ କହିବା ପରେ ଏହାକୁ ନେଇ ଅଲୋଚନା ଜୋର ଧରିଛି। ସେ କହିଛନ୍ତି, ପୁରୁଷୋତ୍ତମ କ୍ଷେତ୍ରକୁ ସବୁଠାରୁ ଅଧିକ ମାନ୍ୟତା ଦିଆଯାଇଥାଏ।  ପୁରୁଷୋତ୍ତମ କ୍ଷେତ୍ରରେ ନିର୍ମାଣ ହେଉଥିବା ରଥ ଠାରୁ ଅଧିକ ଉଚ୍ଚର ରଥ […]

gajapati

gajapati

Niranjan Mishra
  • Published: Sunday, 26 June 2022
  • Updated: 26 June 2022, 07:29 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ନନ୍ଦିଘୋଷ ରଥ ବିଶ୍ୱର ବଡ଼ ରଥ ବୋଲି ଗିନିଜ ବୁକ୍ ରେକର୍ଡ ହାସଲ ପରା ବିବାଦୀୟ ପରିସ୍ଥିତି ଉପୁଜିଛି। ପୁରୀ ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ ବୋଲି ଗଜପତି ଦିବ୍ୟସିଂହ ଦେବ କହିବା ପରେ ଏହାକୁ ନେଇ ଅଲୋଚନା ଜୋର ଧରିଛି। ସେ କହିଛନ୍ତି, ପୁରୁଷୋତ୍ତମ କ୍ଷେତ୍ରକୁ ସବୁଠାରୁ ଅଧିକ ମାନ୍ୟତା ଦିଆଯାଇଥାଏ।  ପୁରୁଷୋତ୍ତମ କ୍ଷେତ୍ରରେ ନିର୍ମାଣ ହେଉଥିବା ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ। ପୂର୍ବକାଳରୁ ହିଁ ଗଡ଼ଯାତ ଜିଲ୍ଲାମାନଙ୍କରେ ଏହାକୁ ପାଳନ କରାଯାଉଥିଲା। କୌଣସି ଠାରେ ମଧ୍ୟ ପୁରୀ ରଥ ଠାରୁ ବଡ଼ ରଥ ହେଉ ନ ଥିଲା। ପୁରୀ ରଥ ଗଡ଼ିବା ପରେ ଅନ୍ୟ ସ୍ଥାନମାନଙ୍କରେ ରଥଯାତ୍ରା ହେଉଥିଲା। ଏହି ପରମ୍ପରା ଅକ୍ଷୁର୍ଣ୍ଣ ରହିବା ଉଚିତ। ପୁରୁଷୋତ୍ତମ କ୍ଷେତ୍ରରେ ଥିବା ମୂଳପୀଠକୁ ଅନ୍ୟମାନେ ଅନୁସରଣ କରିବା ଉଚିତ। ଏହା ବିରୋଧରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ତେଣେ କେନ୍ଦୁଝର ୭୨ଫୁଟ ଉଚ୍ଚତା ନନ୍ଦିଘୋଷ ରଥ ନିର୍ମାଣକୁ ବିରୋଧ କରି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ବଳଦେବ ସେନା ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶଙ୍କରାଚାର୍ଯ୍ୟ, ଗଜପତି ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ତୁରନ୍ତ ଏହାର ତଦନ୍ତ କରି ଭବିଷ୍ୟତରେ ଯେଭଳି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ହେବନାହିଁ ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି, ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରି ଏଭଳି ରଥ ତିଆରି କରିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବାରୁ ଦୋଷୀମାନେ ଶ୍ରୀମନ୍ଦିର ସିଂହ ଦ୍ୱାରକୁ ଆସି କ୍ଷମା ପ୍ରାର୍ଥନା କରନ୍ତୁ। ନଚେତ୍ ଆଗକୁ ରଥ ନିର୍ମାଣକୁ ନେଇ ବିଭିନ୍ନ ଜିଲ୍ଲା ଭିତରେ ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି। ଏହା ଶାସ୍ତ୍ରୀୟ ଓ ପରମ୍ପରା ବିରୋଧୀ। ଯେଉଁ  ଅଧିକାରୀମାନେ ଏହା ପଛରେ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେଉ।

ତେଣେ କେନ୍ଦୁଝର ବଳଦେବଜୀଉଙ୍କ ରଥକୁ ସର୍ବୋଚ୍ଚ ଉଚତାର ମାନ୍ୟତା ମିଳିବାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା ଠିକ୍ ନୁହେଁ ବୋଲି କହିଛି କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ। ଏହାର ସଂପାଦକ କହିଛନ୍ତି, କେନ୍ଦୁଝରରେ ୧୬୭୧ ମସିହାରୁ ୭୨ ଫୁଟର ରଥ ନିର୍ମାଣ ହୋଇ ଆସୁଛି । ପୂର୍ବରୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ପାସିଫିକ୍ ଆଇକନ୍ ଭଳି ୫ଟି ସଂସ୍ଥା ମଧ୍ୟ ସମାନ ମାନ୍ୟତା ପ୍ରଦାନ କରିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟପୀଠ ପୁରୀରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପାରମ୍ପରିକ ରୀତିରେ ରଥ ନିର୍ମାଣ ହୋଇ ଆସୁଛି। ଯାହାକି ନିର୍ଦ୍ଦିଷ୍ଟ କାଠ ଓ ମାପରେ ତିଆରି ହୋଇଥାଏ। ତିନି ରଥ ମଧ୍ୟରୁ ନନ୍ଦିଘୋଷ ରଥ ସବୁଠୁ ଉଚ୍ଚା। ଯାହାର ଉଚ୍ଚତା ୪୫ ଫୁଟ୍ ୬ ଇଞ୍ଚ। ତେବେ କେନ୍ଦୁଝର ବଳଦେବଜୀଉଙ୍କ ରଥର ଉଚ୍ଚତା ୭୨ ଫୁଟ୍ । ଯାହାକି ପୁରୀ ରଥଠାରୁ ୨୭ ଫୁଟ୍ ଅଧିକ ଉଚ୍ଚ। ସେହିପରି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥର ଉଚ୍ଚତା ମଧ୍ୟ ୬୩ ଫୁଟ୍।

ସେହିପରି ରାଜ୍ୟ, ଦେଶ ଓ ବିଦେଶ ସବୁଠି ରଥଯାତ୍ରା ଆୟୋଜନ ହେଉଛି, ହେଲେ ସେଠିକାର ରଥ ଗୁଡ଼ିକର ନିର୍ମାଣ ଓ ଉଚ୍ଚତା ମଧ୍ୟ ଭିନ୍ନ ଭିନ୍ନ। ତେବେ ପୁରୀରେ କେବଳ ପ୍ରତିବର୍ଷ ତିନିଟି ଲେଖାଏଁ ନୂଆ ରଥ ତିଆରି ହୁଏ। ଯାହାର ନିର୍ମାଣ ଶୈଳୀ ବି ଶାସ୍ତ୍ର ନିର୍ଦ୍ଦିଷ୍ଟ।

ସୂଚନା ଥାଉକି, କେନ୍ଦୁଝରରେ ୭୨ଫୁଟ ଉଚ୍ଚତା ନନ୍ଦିଘୋଷ ରଥ ନିର୍ମାଣ ଓ ଏହା ପୁରୀ ରଥ ଠାରୁ ବଡ଼ ବୋଲି ରେକର୍ଡ ହାସଲ ପରେ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେଵାୟତମାନେ ବିରୋଧ କରିଥିଲେ। ଏହା ପରମ୍ପରା ଓ ଶାସ୍ତ୍ର ବିରୋଧୀ ବୋଲି ଅଭିଯୋଗ ଆଣିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗକୁ ଏ ବାବଦରେ ଅବଗତ କରାଇଥିଲେ। ହେଲେ ପ୍ରଶାସନ ଏ ବାବଦରେ ଚୁପ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story