ବିବାଦର ଅନ୍ତ ଘଟିଲା, କାଲି ସୁରୁଖୁରରେ ହେବ ଜାଗର ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ମଧ୍ୟରେ ଲାଗିଥିବା ଛକାପଞ୍ଛାରେ ପଡ଼ିଲା ଯବନିକା ।  ଦୀର୍ଘ ଦିନର ଦାବି ପୂରଣ ନିମନ୍ତେ ଆଜି ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିବା ବେଳେ ଦୀର୍ଘ ସମୟ ଆଲୋଚନା ପରେ ସ୍ୱାଭାବିକ ହୋଇଛି ସ୍ଥିତି। ପୁଣି ଥରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ନୀତି ଆରମ୍ଭ ହୋଇଥିବା କହିଛନ୍ତି […]

Lingaraj Temple

Lingaraj Temple

Niharika Rout
  • Published: Wednesday, 10 March 2021
  • Updated: 10 March 2021, 02:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ମଧ୍ୟରେ ଲାଗିଥିବା ଛକାପଞ୍ଛାରେ ପଡ଼ିଲା ଯବନିକା ।  ଦୀର୍ଘ ଦିନର ଦାବି ପୂରଣ ନିମନ୍ତେ ଆଜି ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିବା ବେଳେ ଦୀର୍ଘ ସମୟ ଆଲୋଚନା ପରେ ସ୍ୱାଭାବିକ ହୋଇଛି ସ୍ଥିତି। ପୁଣି ଥରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଛି।

ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ନୀତି ଆରମ୍ଭ ହୋଇଥିବା କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି ।

ଏନେଇ ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି କହିଛନ୍ତି, ଆସନ୍ତାକାଲି ଠିକ୍ ସମୟରେ ଜାଗର ମହାଦୀପ ଉଠିବ ।   ଲିଙ୍ଗରାଜ ମନ୍ଦିରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ହାଣ୍ଡିଭଂଗା ଯାତ୍ରା ସୁରୁଖୁରୁରେ ହେବ । ସେଥିପାଇଁ ୧୦ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତ୍ତର କମିଶନ।  ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ।

ଏଥିସହ ଆସନ୍ତା କାଲି ମନ୍ଦିର ପରିସରରେ କୋଭିଡ଼ କଟକଣା ମାନି ଦୀପ ଜାଳିପାରିବେ ଭକ୍ତ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡ଼ିରେ ଦର୍ଶନ କରିପାରିବେ ଭକ୍ତ । ଆଜି କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା ।

ସୂଚନାଯୋଗ୍ୟ,  କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଭାଟ କରିବାକୁ ଦାବି ଜଣାଇଥିଲା ବ୍ରାହ୍ମଣ ନିଯୋଗ। ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପାଳିତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲା ବ୍ରାହ୍ମଣ ନିଯୋଗ । ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ତରଫରୁ ୨ ଦିନ ତଳେ ଦେବୋତ୍ତର କମିଶନରଙ୍କୁ ଦାବି ଜଣାଯାଇଥିଲା। ହେଲେ କିଛି ସୁଫଳ ମିଳି ନବାରୁ ଆଜି ସକାଳୁ ନୀତିକାନ୍ତି ବନ୍ଦ କରାଯାଇଥିଲା।  ଏହାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇ ଘଟଣାର ସମାଧାନ କରାଯାଇଛି।

ଅପରପକ୍ଷେ, ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍‌ । ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ।  ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ । ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ । ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି । ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ । ମହାଶିବରାତ୍ରି ପାଇଁ ଏଭଳି ବିଭିନ୍ନ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ କରାଯାଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ । ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story