ରାତି ୯.୪୫ ମିନିଟ୍‌ରେ ଉଠିଲା ପ୍ରଭୁ ଲିଙ୍ଗରାଜ ମହାଦୀପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ଶୈବପୀଠ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ମହାଦୀପ ଦର୍ଶନ ଦର୍ଶନ କରିଛନ୍ତି। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର। ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ ଲାଗିଛି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର ପରିବେଶ। ନିର୍ଜଳ ଉପବାସ ରଖିବା ସହ […]

lingaraj.jpg11

lingaraj.jpg11

Manoranjan Sial
  • Published: Friday, 21 February 2020
  • Updated: 21 February 2020, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ଶୈବପୀଠ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ମହାଦୀପ ଦର୍ଶନ ଦର୍ଶନ କରିଛନ୍ତି।

ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର। ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ ଲାଗିଛି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର ପରିବେଶ। ନିର୍ଜଳ ଉପବାସ ରଖିବା ସହ ହଜାର ହଜାର ଭକ୍ତ ଦୀପ ଜାଳି ଶିବଙ୍କୁ ଉପାସନା କରୁଛନ୍ତି। ରାତି ୯.୪୫ ମିନିଟ୍‌ରେ ମହାଦୀପ ଉଠିଥିଲା।

ପୁରୀ ଲୋକନାଥ ପୀଠରେ ବଡ଼ି ଭୋରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି। ଧୂପ, ଦୀପ ଓ ନୈବେଦ୍ୟ ଦେଇ ଆରାଧନା ସହ ମହାଦୀପ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ଭକ୍ତ। ଏଠି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ବିରାଟ ଆକାର ଜାଗର ଦୀପ।

ଜାଗରରେ ଭଦ୍ରକର ଆରଡ଼ି ଧାମ ବି ଲୋକାରଣ୍ୟ। ଏଠାରେ ଭୋର ୫ଟାରେ ମହାଦୀପ ଉଠିବାକୁ ଥିବାରୁ ସେହି ସମୟଙ୍କୁ ଅପେକ୍ଷା କରିଛି ଭକ୍ତ। ଏପଟେ ଭକ୍ତଙ୍କ ଗହଳିଚହଳି ଭିତରେ ପୂରି ଉଠୁଛି କଟକର ଧବଳେଶ୍ୱର ପୀଠ। ମନ୍ଦିର ଆଗରେ ଦୀପ ଜାଳି ମହାପ୍ରଭୁଙ୍କୁ ଆଶିଷ ଭିକ୍ଷା କରୁଛନ୍ତି ହଜାର ହଜାର ଭକ୍ତ। ଠିକ୍‌ ସେହିପରି ଢେଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠରେ ଜାଗର ଜାଳିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ଦୀର୍ଘ ସମୟ ଧରି ଭକ୍ତ ଧାଡ଼ିରେ ଛିଡ଼ା ହୋଇ ଚନ୍ଦ୍ରଶେଖରଙ୍କ ଦର୍ଶନ କରିଛନ୍ତି। ଏଠାରେ ରାତି ପହଡ଼ ପୂର୍ବରୁ ହରିହର ଭେଟ ପରମ୍ପରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos