ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲା। ଏଠାରେ ଆଉ କରୋନାର ଗୋଟିଏ ହେଲେ ଆକ୍ଟିଭ୍ କେସ୍ ନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
୩ ଆକ୍ରାନ୍ତଙ୍କ ଡିସ୍ଚାର୍ଜ ପରେ ଭୁବନେଶ୍ୱର ଏହି ମହାମାରୀରୁ ମୁକ୍ତି ପାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ବି ଆକ୍ରାନ୍ତ ହୋଇଥିବା ୫ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଂଜାମର ସର୍ବାଧିକ ୪୦ ଜଣ ଅଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ , ମୟୂରଭଞ୍ଜର ୪ ଓ ଭୁବନେଶ୍ୱରର ୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ବ୍ୟତୀତ ବଲାଙ୍ଗିରର ୨ ଜଣ, ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।
Bhubaneswar and Jagatsinghpur district now have no active cases of Covid-19.
The total recovered cases of Odisha now stand at 277.
— H & FW Dept Odisha (@HFWOdisha) May 18, 2020
ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଏନେଇ ଖୋଦ୍ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜଗତସିଂହପୁରରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସୁରତରୁ ଫେରିଥିବା ବେଳେ ବୃଦ୍ଧଜଣକ କୋଲକତାରୁ ଫେରିଥିଲେ। କୋରନା ଚିହ୍ନଟ ପରେ ସେମାନଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରିବା ପରେ ଜିଲ୍ଲାବାସୀ ବେଶ୍ ଖୁସି ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।