ଡାକ୍ତରଖାନାରେ ହାସ୍ୟ ଅଭିନେତା ଜୟୀ, ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବି ହସ୍‌ପିଟାଲ୍‌ରେ ଅଛନ୍ତି। ତେବେ ତାଙ୍କ ଅବସ୍ଥାରେ ଉନ୍ନତି ଆସିଛି। ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି। ନିଜର ହସ ପାଇଁ […]

jai

Jitendra Garnayak
  • Published: Thursday, 23 August 2018
  • , Updated: 23 August 2018, 07:13 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ ଏବେ ବି ହସ୍‌ପିଟାଲ୍‌ରେ ଅଛନ୍ତି। ତେବେ ତାଙ୍କ ଅବସ୍ଥାରେ ଉନ୍ନତି ଆସିଛି।

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି।

ନିଜର ହସ ପାଇଁ ସେ ବେଶ୍ ପରିଚିତ। ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

ସେ ‘ଜାଇଫୁଲ’, ‘ଜଗା ବଳିଆ’, ‘ଜନନୀ’, ‘କାବେରୀ’, ‘ସ୍ୱପ୍ନ ସାଗର’, ‘ନାଗ ଫାଶ’, ‘ଯାଯାବର’ ‘ବଳିଦାନ’ ଓ ‘ଦଣ୍ଡା ବାଳୁଙ୍ଗା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

 

 

 

Related story