ବସ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର: ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ବସ୍‌ ଧକ୍କାରେ ମାହାଙ୍ଗା ଥାନା ବରଅଠା ଅଞ୍ଚଳର ମାଧ ଚରଣ ଦାସଙ୍କ ମୃତ୍ୟୁ ହୋଇଥିବାବେଳେ ଆର୍ତତ୍ରାଣ ସାହୁ ଗୁରୁତର ଆହତ ହୋଇଥିଲେ। ମକର ସଂକ୍ରାନ୍ତି ଅବସରରେ ଉଭୟ ଗୋପାଳପୁରସ୍ଥିତ ହନୁମାନ ମନ୍ଦିରକୁ ଯାଉଥିଲେ। ବାରବାଟୀ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା “ନିରୁପମା” ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର […]

accident in jajpur

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 07:26 PM IST

ଯାଜପୁର: ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ବସ୍‌ ଧକ୍କାରେ ମାହାଙ୍ଗା ଥାନା ବରଅଠା ଅଞ୍ଚଳର ମାଧ ଚରଣ ଦାସଙ୍କ ମୃତ୍ୟୁ ହୋଇଥିବାବେଳେ ଆର୍ତତ୍ରାଣ ସାହୁ ଗୁରୁତର ଆହତ ହୋଇଥିଲେ।

ମକର ସଂକ୍ରାନ୍ତି ଅବସରରେ ଉଭୟ ଗୋପାଳପୁରସ୍ଥିତ ହନୁମାନ ମନ୍ଦିରକୁ ଯାଉଥିଲେ। ବାରବାଟୀ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା “ନିରୁପମା” ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ମାଧଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଆର୍ତତ୍ରାଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Related story