ପୋଲ ହୋଇଗଲା, ହେଲେ ଅଧାରେ ଅଟକିଛି ରାସ୍ତା କାମ: ସାଇକେଲ ଟେକି ଯାଉଛନ୍ତି ଛାତ୍ରଛାତ୍ରୀ
କଟକ(ଓଡିଶା ରିପୋର୍ଟର): ଗାଁ ହେଉ କି ସହର, ସବୁ ରାସ୍ତାକୁ ମୁଖ୍ୟ ସଡକ ସହ ଯୋଡିବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରଶାସନିକ ସ୍ତରରେ ଉଦାସୀନତା ପାଇଁ ବହୁ ସ୍ଥାନରେ ଯୋଜନା ବାଟବଣା ହୋଇଯାଉଛି। ଯାହାର ଉଦାହରଣ ଭାବେ କୁସୁପୁର-ସିପୁରା ସେତୁକୁ ନିଆଯାଇପାରେ। ଏଠାରେ ପୋଲ ଅଛି, କିନ୍ତୁ ପୋଲକୁ ସଂଯୋଗ କରୁଥିବା ରାସ୍ତା ନାହିଁ। ୨ ବର୍ଷ ତଳେ କାମ ଆରମ୍ଭ ହୋଇଥିଲେ ବି ଏଯାଏଁ ରାସ୍ତା କାମ ସରିନି। ଫଳରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାଇକେଲ ଟେକି ଅତି ବିପଦ ସଙ୍କୁଳ ଭାବେ ଏହି ସ୍ଥାନ ପାର ହେଉଛନ୍ତି। କେବଳ ଛାତ୍ରଛାତ୍ରି ନୁହଁନ୍ତି, ଏହି ଅଧାଗଢ଼ା ପୋଲ ପାଇଁ ହଇରାଣ ହେଉଛନ୍ତି ପାଖାପାଖି ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ।
ଉକ୍ତ ସ୍ଥାନକୁ କମ ସମୟରେ ପହଞ୍ଚିବାକୁ ଏହି ପୋଲ ଏକ ମାଧ୍ୟମ। ଫଳରେ ସ୍କୁଲ, କଲେଜ ଛାତ୍ରଛାତ୍ର ଓ ସ୍ଥାନୀୟ ଲୋକେ ଏହି ପୋଲକୁ ବ୍ୟବହାର କରି ଖଣ୍ଡିଆ ଖାବରା ହେଉଛନ୍ତି।
ରାସ୍ତା କାମ ସାରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ଅନେକ ଥର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଯାଇଛି। ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ କାର୍ଯ୍ୟ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଏନେଇ ଅତିରିକ୍ତ ତହସିଲଦାର କହିଛନ୍ତି, "ଆରଆଇଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ।"
Ordigital Desk
• Published: Wednesday, 11 April 2018
• Updated: 11 April 2018, 03:03 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos