କପି ଧରିବାରୁ ମାଡ଼: ଅଧ୍ୟାପକ ଆହତ

ଯାଜପୁର: କପି ଧରିବାରୁ କଲେଜ ସମ୍ମୁଖରେ ମାଡ଼ ଖାଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଶ୍ରୀନିବାସ ତ୍ରିପାଠୀ। ଅଭିଭାବକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଯାଜପୁର ଆଞ୍ଚଳିକ ପଞ୍ଚାୟତ କଲେଜ ସମ୍ମୁଖରେ ଘଟିଛି। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଶ୍ରୀନିବାସ ତ୍ରିପାଠୀ ଆଞ୍ଚଳିକ ପଞ୍ଚାୟତ କଲେଜକୁ ପରୀକ୍ଷା ତଦାରଖ କରିବାକୁ ଯାଇଥିଲେ। ତେବେ ସେଠାରେ କପି […]

jajapur college

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 02:41 PM IST

ଯାଜପୁର: କପି ଧରିବାରୁ କଲେଜ ସମ୍ମୁଖରେ ମାଡ଼ ଖାଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଶ୍ରୀନିବାସ ତ୍ରିପାଠୀ। ଅଭିଭାବକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଯାଜପୁର ଆଞ୍ଚଳିକ ପଞ୍ଚାୟତ କଲେଜ ସମ୍ମୁଖରେ ଘଟିଛି। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଶ୍ରୀନିବାସ ତ୍ରିପାଠୀ ଆଞ୍ଚଳିକ ପଞ୍ଚାୟତ କଲେଜକୁ ପରୀକ୍ଷା ତଦାରଖ କରିବାକୁ ଯାଇଥିଲେ। ତେବେ ସେଠାରେ କପି କରୁଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଧରିଥିଲେ। ପରେ ସେ କଲେଜରୁ ବାହାରୁଥିବା ବେଳେ ଅଭିଭାବକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Related story