କାହାଣୀ ପାଲଟିଲେ ଯାତ୍ରା କଳାକାର: ଅଧା ରହିଗଲା ମାନିଙ୍କ ଅଭିନୟ

ଭୁବନେଶ୍ୱର/ଯାଜପୁର: ‘କାହାଣୀ କାନ୍ଦୁଛି ଆଖି ଲୋଚେଇ’। ରାତିରେ ଏହି ନାଟକରେ ଅଭିନୟ କରିଥାନ୍ତେ। ତା’ପୂର୍ବରୁ ଯାତ୍ରା ପ୍ରେମୀଙ୍କୁ ଲୁହ ସାଗରରେ ଭସାଇଦେଇ ଚାଲିଗଲେ ଚୁଲ୍‌ବୁଲି ନାୟିକା ସସ୍ମୀତା ଖଟୁଆ ଓରଫ ମାନି। ଅକାଳରେ ଝଡ଼ି ପଡିଲେ। ପଛରେ ଛାଡ଼ିଗଲେ ସ୍ୱାମୀ ବିଶ୍ୱଜିତ ଓ ୪ ବର୍ଷର ଝିଅ। ବିଜୁଳି ଆଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସମଗ୍ର ଜଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ମାନି ଅନେକ ନାଟକରେ ଅଭିନୟ କରିଛନ୍ତି। ମଞ୍ଚରେ ତାଙ୍କ ଅଭିନୟର […]

jatra

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 10:52 PM IST

ଭୁବନେଶ୍ୱର/ଯାଜପୁର: ‘କାହାଣୀ କାନ୍ଦୁଛି ଆଖି ଲୋଚେଇ’। ରାତିରେ ଏହି ନାଟକରେ ଅଭିନୟ କରିଥାନ୍ତେ। ତା’ପୂର୍ବରୁ ଯାତ୍ରା ପ୍ରେମୀଙ୍କୁ ଲୁହ ସାଗରରେ ଭସାଇଦେଇ ଚାଲିଗଲେ ଚୁଲ୍‌ବୁଲି ନାୟିକା ସସ୍ମୀତା ଖଟୁଆ ଓରଫ ମାନି। ଅକାଳରେ ଝଡ଼ି ପଡିଲେ। ପଛରେ ଛାଡ଼ିଗଲେ ସ୍ୱାମୀ ବିଶ୍ୱଜିତ ଓ ୪ ବର୍ଷର ଝିଅ। ବିଜୁଳି ଆଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସମଗ୍ର ଜଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।

ମାନି ଅନେକ ନାଟକରେ ଅଭିନୟ କରିଛନ୍ତି। ମଞ୍ଚରେ ତାଙ୍କ ଅଭିନୟର ଯାଦୁରେ ବିଭୋର ହେଉଥିଲେ ଶହ ଶହ ଦର୍ଶକ। କାହାକୁ ହସାଉଥିଲେ ତ ଆଉକାହାକୁ କନ୍ଦାଉଥିଲେ। ହେଲେ ଆଜି ସମସ୍ତଙ୍କୁ କନ୍ଦାଇ ସବୁ ଦିନ ପାଇଁ ଆଖି ବୁଜିଦେଲେ। ଅଧା ରହିଗଲା କାହାଣୀ। ବାଘାଯତୀନ ଲୋକନାଟ୍ୟର ଜଣାଶୁଣା ପାର୍ଶ୍ୱ ଅଭିନେତ୍ରୀ ସସ୍ମିତା ଖଟୁଆ ଯାଜପୁର ଡୁବୁରିରେ ମଞ୍ଚସ୍ଥ ହେଉଥିବା ଯାତ୍ରା “କାହାଣୀ କାନ୍ଦୁଛି ଆଖି ଲୁଚେଇରେ” ଅଭିନୟ କରିବା ପାଇଁ ଗତ କିଛି ଦିନ ହେବ ଆସି ରହୁଥିଲେ।

ଡୁବୁରି ହାଟପଡିଆରେ ତିଆରି ହୋଇଥିବା ୪ ନମ୍ବର ରୁମ୍‌ର କବାଟ ଖୋଲିବା କ୍ଷଣି ବିଦ୍ୟୁତ ସଂସ୍କର୍ଶରେ ଆସିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକଥା ଶୁଣିବା ପରେ ମାନୀଙ୍କ ସ୍ୱାମୀ ବିଶ୍ୱଜିତଙ୍କ ଆଖି ଛଳ ଛଳ ହୋଇଯାଇଥିଲା।

Related story