ଦୁଷ୍କର୍ମ ପୀଡ଼ିତାଙ୍କୁ କ୍ଷତିପୂରଣ ସହ ସୁରକ୍ଷା ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ନାବାଳିକା ଅପହରଣ ଓ ଦୁଷ୍କର୍ମ ପୀଡ଼ିତାଙ୍କୁ କ୍ଷତିପୂରଣ ଓ ସୁରକ୍ଷା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତଦନ୍ତର ଅଗ୍ରଗତି ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଜଣେ ସରକାରୀ କର୍ମଚାରୀଙ୍କ ଘରେ ଘଟଣା ଘଟିଥିବାର ଅଭିଯୋଗ ଥିବାରୁ […]

Girl Child

Girl Child

Manoranjan Sial
  • Published: Tuesday, 28 January 2020
  • Updated: 28 January 2020, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ନାବାଳିକା ଅପହରଣ ଓ ଦୁଷ୍କର୍ମ ପୀଡ଼ିତାଙ୍କୁ କ୍ଷତିପୂରଣ ଓ ସୁରକ୍ଷା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତଦନ୍ତର ଅଗ୍ରଗତି ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଜଣେ ସରକାରୀ କର୍ମଚାରୀଙ୍କ ଘରେ ଘଟଣା ଘଟିଥିବାର ଅଭିଯୋଗ ଥିବାରୁ ତଦନ୍ତରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ୭ ଦିନ ଭିତରେ ପୀଡ଼ିତାଙ୍କ ପରିବାରକୁ ଅନ୍ତରୀଣ କ୍ଷତିପୂରଣ ଦେବା ସହ ଏନେଇ ରିପୋର୍ଟ କମିଶନଙ୍କ ପାଖରେ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ମାନବାଧିକାର କମିଶନ କହିଛନ୍ତି। ଆଜି ପୀଡ଼ିତା ଓ ପରିବାର ସହ କଂଗ୍ରେସର ଏକ ପ୍ରତିନିଧି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ପୁଲିସ୍ ବିରୋଧରେ ଫେରାଦ ହୋଇଥିଲେ।

ଗତ ୧୪ ତାରିଖ ରାତି ପ୍ରାୟ ୩ଟା ହେବ। ବନ୍ଧୁକ ମୁନରେ ନାବାଳିକାକୁ ଜୋର ଜବରଦସ୍ତ ଅପହରଣ କରିନେଲେ ଦୁଇ ଯୁବକ। ଏମାନେ ହେଲେ ଧର୍ମଶାଳା ମିଲତନଗରର ପିଣ୍ଟୁ ଓ ମିଟୁ। ପ୍ରତିବାଦ କରିବାରୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ନିଖୋଜ ମାମଲା ରୁଜୁ କରି ଚୁପ୍‌ ରହିଛି। ଏପଟେ ଅଜଣା ସ୍ଥାନକୁ ନେଇ ମିଠାରେ ନିଶା ଦେଇ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ତିନି ଦିନରେ ତିନିଟି ଭିନ୍ନ ଭିନ୍ନ ସ୍ଥାନରେ ରଖି ଇଜ୍ଜତ ଲୁଟିବା ସହ ଶାରୀରିକ ନିର୍ଯାତନା ଦେଇଥିବା ପୀଡ଼ିତା କହିଛନ୍ତି।

ତେବେ ୧୮ ତାରିଖ ଅପରାହ୍ନ ୪ ଟା ବେଳେ ଯାଜପୁରର ବାରବାଟି ନିକଟରେ ଜାତୀୟ ରାଜପଥ କଡ଼ରେ ଅଭିଯୁକ୍ତମାନେ ଅଚେତ ନାବାଳିକାକୁ ଫୋପାଡି ଦେଇଥିଲେ। ଏପରିକି ଝିଅକୁ ନେଇଯିବା ପାଇଁ ପରିବାରକୁ ଫୋନ ମଧ୍ୟ କରିଥିଲେ। ଘଟଣାର ୪ ଦିନ ପରେ ପୁଲିସ ଅଭିଯୁକ୍ତ ପିଣ୍ଟୁ ସମେତ ତାର ଭାଇ ଓ ଦୁଇ ଭଉଣୀଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos