ଯାଜପୁର: ରାଧିସାହିରେ ଅଗ୍ନିକାଣ୍ଡ, ୩୦ ବଖରା ଭସ୍ମୀଭୂତ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାଳଗଡ଼ ରାଧିସାହିରେ ଆଜି ଅଗ୍ନିକାଣ୍ଡ ଘଟି ୩୦ ବଖରାରୁ ଅଧିକ ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଜଣେ ୬ବର୍ଷର ବାଳିକା ନିଖୋଜ ଥିବା ଜଣାପଡିଛି।  ଅଗ୍ନିକାଣ୍ଡରେ ଏକ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛି। ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି। ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ […]

fire

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 04:28 PM IST

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାଳଗଡ଼ ରାଧିସାହିରେ ଆଜି ଅଗ୍ନିକାଣ୍ଡ ଘଟି ୩୦ ବଖରାରୁ ଅଧିକ ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଜଣେ ୬ବର୍ଷର ବାଳିକା ନିଖୋଜ ଥିବା ଜଣାପଡିଛି।  ଅଗ୍ନିକାଣ୍ଡରେ ଏକ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛି। ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି। ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦୁଇଟି ଦମକଳ  ନିୟୋଜିତ କରାଯାଇଛି। ଆଜି ଦିନରେ ଝାଞ୍ଜି ପବନ ଦେଉଥିବାରୁ ନିଆଁ ଚାରିଆଡ଼କୁ ଶୀଘ୍ର ବ୍ୟାପି ଯାଇଥିଲା।

ଅନ୍ୟପକ୍ଷରେ ଆଜି କଟକ ଜିଲ୍ଲା ଚୌଦ୍ୱାର ବେଲନ୍ଦା ଗାଁରେ ନିଆଁ ଲାଗି ୫୦ରୁ ଅଧିକ ଘର ଭସ୍ମ ହୋଇଯାଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Related story