ମହିଳା ଭିଏଲଡବ୍ଲ୍ୟୁଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ମୃତ୍ୟୁ ଘଟଣାରେ ବିଜେଡିର ବଡ଼ବଡ଼ିଆ ନେତା ଓ ମାଫିଆଙ୍କ ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ବିଧାୟିକା ପ୍ରାର୍ଥୀ […]

satya-nayak

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 06:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ମୃତ୍ୟୁ ଘଟଣାରେ ବିଜେଡିର ବଡ଼ବଡ଼ିଆ ନେତା ଓ ମାଫିଆଙ୍କ ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି କହିଛନ୍ତି ଯେ, ସମ୍ପୃକ୍ତ ମହିଳା ଭିଏଲଡବ୍ଲ୍ୟୁଙ୍କ ମୃତ୍ୟୁକୁ ସ୍ଥାନୀୟ ପୁଲିସ୍ ଯେଭଳି ଢଙ୍ଗରେ ତନ୍ତ କରୁଛି ତାହା ଅତ୍ୟନ୍ତ ସନ୍ଦେହଜନକ। ଏପର୍ଯ୍ୟନ୍ତ ପୁଲିସର କାର୍ଯ୍ୟକଳାପ କେବଳ ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇ ଦେବା ଓ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ଭଳି ହୋଇଛି। ପୁଲିସ କାହିଁକି ଏହି ଘଟଣାରେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ଅନ୍ୟ ୫ ଜଣଙ୍କୁ ଗିରଫ ନକରି ଅଟକ ରଖିଛି। ମୃତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଏବେ ଆତ୍ମହତ୍ୟାର ରୂପ ଦେବା ପାଇଁ ପୁଲିସ୍ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ପାଣିଚିତଆ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ର ପ୍ରଚାର କରୁଥିବାବେଳେ ରାଜ୍ୟ ସରକାରର ଜଣେ ମହିଳା ଅଧିକାରୀଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଫାଇଭ-ଟି ସଚିବ ଚୁପ୍ । ସ୍ମିତାରାଣୀ କାର୍ଯ୍ୟକରୁଥିବା ପଂଚାୟତ ବିଭାଗର ମନ୍ତ୍ରୀ ଓ ସଚିବ ମଧ୍ୟ ନିରବ। ସ୍ଥାନୀୟ ବିଧାୟକ ଓ ସାଂସଦଙ୍କର ଏଯାଏଁ ଦେଖାନାହିଁ। ରାଜ୍ୟ ମହିଳା କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ କୌଣସି ପ୍ରତିନିଧି ଦଳ ଗଲେ ନାହିଁ କି କମିଶନଙ୍କ ନିଜଆଡୁ ମାମଲା ରୁଜୁ କରିନାହାନ୍ତି। ଏ ସମସ୍ତ ଘଟଣା ଓ ମୃତ ଭିଏଲଡବ୍ଲ୍ୟୁଙ୍କ ସ୍ୱାମୀ ଗଣମାଧ୍ୟମକୁ ଦେଇଥିବା ବୟାନ ହିଁ ଏସବୁ ଅଭିଯୋଗକୁ ପ୍ରମାଣିତ କରାଉଛି। ପୁଲିସ୍ ଅଟକ ରଖିଥିବା ଅଭିଯୁକ୍ତ ରୂପେଶ ଭଦ୍ର ଜଣେ ଧନୀ ଠିକାଦାର ହୋଇଥିବାବେଳେ ତଦନ୍ତକୁ ବାଟବଣା କରିବା ପାଇଁ ତାଙ୍କର ଅର୍ଥବଳ ଓ ବାହୁବଳ କାର୍ଯ୍ୟ କରୁଥିବା କଂଗ୍ରେସ ଅନୁଭବ କରୁଛି।

ତେଣୁ ବାସ୍ତବରେ ଯଦି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଚାହୁଁଛନ୍ତି ତା’ହେଲେ ଦୋଷୀଙ୍କୁ ଘଣ୍ଟ ନଘୋଡ଼ାଇ ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

Related story