ଜାଲ୍‌ କାଗଜପତ୍ରରେ ଚାଲିଛି ଶହ ଶହ ଟ୍ୟାଙ୍କର

ଭୁବନେଶ୍ୱର: ଦେବଗଡ ବସ୍‌ ଦୁର୍ଘଟଣା ପରେ ରାଜ୍ୟରେ ଫିଟ୍‌ନେସ୍‌ ଓ ଅନ୍ୟାନ୍ୟ କାଗଜପତ୍ର ନ ଥିବା ସତ୍ତ୍ୱେ କିପରି ରାସ୍ତାରେ ଗାଡି ଚାଲୁଛି। ତାହା ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟପକ୍ଷରେ ରେଜିଷ୍ଟ୍ରେସନ, ଇନସୁରାନ୍ସ, ଫିଟ୍‌ନେସ୍‌ ଓ ଅନ୍ୟନ୍ୟ ସବୁ କାଗଜପତ୍ର ଠିକ୍‌ଠାକ୍‌ ଥିବା ଶହ ଶହ ଗାଡି କେବଳ କାଗଜପତ୍ରରେ ହିଁ ରହିଛି। ବାସ୍ତାବରେ ଏଭଳି ଗାଡି ଆଦୌ ନାହିଁ। ଓଟିଭିର ଏକ ବିଶେଷ ଅନୁସନ୍ଧାନରୁ ଜଣାପଡିଛି ଯେ, ରାଜ୍ୟରେ ଗଡୁଥିବା ଦଦରା ଗାଡିର ଯାଞ୍ଚ ପାଇଁ […]

bhuta gadi

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 05:07 PM IST

ଭୁବନେଶ୍ୱର: ଦେବଗଡ ବସ୍‌ ଦୁର୍ଘଟଣା ପରେ ରାଜ୍ୟରେ ଫିଟ୍‌ନେସ୍‌ ଓ ଅନ୍ୟାନ୍ୟ କାଗଜପତ୍ର ନ ଥିବା ସତ୍ତ୍ୱେ କିପରି ରାସ୍ତାରେ ଗାଡି ଚାଲୁଛି। ତାହା ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟପକ୍ଷରେ ରେଜିଷ୍ଟ୍ରେସନ, ଇନସୁରାନ୍ସ, ଫିଟ୍‌ନେସ୍‌ ଓ ଅନ୍ୟନ୍ୟ ସବୁ କାଗଜପତ୍ର ଠିକ୍‌ଠାକ୍‌ ଥିବା ଶହ ଶହ ଗାଡି କେବଳ କାଗଜପତ୍ରରେ ହିଁ ରହିଛି। ବାସ୍ତାବରେ ଏଭଳି ଗାଡି ଆଦୌ ନାହିଁ।

ଓଟିଭିର ଏକ ବିଶେଷ ଅନୁସନ୍ଧାନରୁ ଜଣାପଡିଛି ଯେ, ରାଜ୍ୟରେ ଗଡୁଥିବା ଦଦରା ଗାଡିର ଯାଞ୍ଚ ପାଇଁ ସରକାରଙ୍କ ନିକଟରେ ସମୟ ନ ଥିଲେ ମଧ୍ୟ ନକଲି ଗାଡିର କାଗଜପତ୍ର ତିଆରି ପାଇଁ ଢେର ସମୟ ରହିଛି। ରାଜ୍ୟର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଓ କେନ୍ଦୁଝର ଆରଟିଓ ଅଫିସରେ ଏହି ଜାଲିଆତି ବେଶି ଦେଖିବାକୁ ମିଳୁଛି। ମୁଖ୍ୟତଃ ଟ୍ୟାଙ୍କର ଗୁଡିକରେ ଜାଲିଆତି ଅଧିକ କରାଯାଉଛି। ଏପରି ଶହ ଶହ ଏହିପରି ଗାଡି ରେଜିଷ୍ଟ୍ରେସନ କରାଯାଇଛି। ଏହି ଗାଡି ଗୁଡିକରେ ଆରସି ବୁକ୍ ଓ ଇନସୁରାନ୍ସ ରହିଛି, ହେଲେ ଦର୍ଶା ଯାଇଥିବା ଫାଇନାନ୍ସ କମ୍ପାନୀ ନକଲି ବୋଲି ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଗାଡିଗୁଡିକ ଯେଉଁ ଲୋକମାନଙ୍କ ନାଁରେ ରହିଛି ସେମାନଙ୍କର ଗାଡ଼ି ଥିବା ନିଜେ ମଧ୍ୟ ଜାଣିନାହାନ୍ତି।

ଜଣେ ଗାଡି ମାଲିକ କହିଛନ୍ତି, “ମୋର ଗାଡ଼ି ଅଛି, ଏହା ଆପଣଙ୍କ ପାଖରୁ ଶୁଣୁଛି। ମୋର କୌଣସି ଗାଡ଼ି ନାହିଁ, ଏହା ଆରଟିଓ ଅଫିସ୍‌ର କାରସାଦୀ। ଏପରି ଗାଡ଼ି କିଏ ନେଇଛି ଓ ମୋ ନାଁରେ କାହିଁକି ବାହାର କରିଛି ସେ ନେଇ ମୁଁ କିଛି ଜାଣି ନାହିଁ।”

ଟ୍ୟାଙ୍କର ଯୋଗେ ତେଲ ପରିବହନ ଲାଗି ଏପରି ନକଲି ଗାଡ଼ି ରେଜିଷ୍ଟ୍ରସନ କରାଯାଉଥିବା ଜଣାପଡିଛି। ଏବେ ତେଲ କମ୍ପାନୀ ଟେଣ୍ଡର ବେଳେ ନୂଆ ମଡେଲ ଗାଡିକୁ ଆରଟିଓ ଅଧିକାରୀଙ୍କ ସହ ମିଶି ପ୍ରାଥମିକତା ଦେଉଛନ୍ତି। ଦଲାଲମାନେ ଜାଲିଆତି କରି ପୁରୁଣା, ଗାଡିର ଚେସିସ୍‌ ନମ୍ବର ସହିତ ଟେଣ୍ଡର ବେଳେ ନୂଆ ଜାଲ୍‌ ଆରସି ବହି ଓ ଇନସୁରାନ୍ସ କାଗଜପତ୍ର ବାହାର କଲା ପରେ ତୈଳ ପରିବହନର ଟେଣ୍ଡର ମିଳିଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏସବୁ ଦଦରା ଗାଡିକୁ ଏକ୍ସପ୍ଲୋସିଭ୍‌ ପରିବହନ କରିବାର ଲାଇସେନ୍ସ ମଧ୍ୟ ମିଳିଯାଉଛି। ମାପ ଓ ଓଜନ ବିଭାଗ ଆଖିରେ ବି ଧୂଳି ଦେଇ ବେଧଡ଼କ ଭାବେ ଏହି ଗାଡିଗୁଡିକ ଚଳାଚଳ କରୁଛି। କାହିବା ବାହୁଲ୍ୟ ବିଭାଗର କିଛି ଅଧିକାରୀଙ୍କ ବିନା ସମ୍ପୃକ୍ତିରେ ଏପରି ବେଆଇନ କାର୍ଯ୍ୟ ସମ୍ଭବ ନୁହେଁ।

ପରିବହନ କମିଶନର ଡ଼. ଚନ୍ଦ୍ରଶେଖର କୁମାର କହିଛନ୍ତି, “ଯଦି ଏପରି ଅଭିଯୋଗର ସତ୍ୟତା ଥିବ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଡି ନମ୍ବର ଓ ଚେସିସ୍‌ ନମ୍ବର ନ ଥାଇ ବି ଗାଡି କିପରି ରେଜିଷ୍ଟ୍ରି ହେଉଛି ତାହାର ତଦନ୍ତ କରାଯିବ।”

Related story