ପାଣି ଓ ବିଦ୍ୟୁତ୍ ପାଇଁ ଜଲାପୁଟ ବନ୍ଦ

ଲମତାପୁଟ(ଓଡ଼ିଶା ରିପୋର୍ଟର): ପାଣି ଓ ବିଦ୍ୟୁତ୍ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।  ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି।  ଏନେଇ ସେମାନେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ  ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।  ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଏଥିଯୋଗୁଁ ଦୋକାନ ବଜାର ସହ ବିଭିନ୍ନ ଅଫିସ ବନ୍ଦ ରହିଛି।