ଜମି ଅଧିଗ୍ରହଣ ବିଲର ତର୍ଜମା ପାଇଁ ଗଠିତ ଯୁଗ୍ମ କମିଟିରେ ଭର୍ତ୍ତୃହରି

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲର ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ଏହି କମିଟି। ଏଥିରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନିତ କରାଯାଇଛି। ଏସ.ଏସ ଆଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ହୋଇଛି ଏହି କମିଟି। ଆଜି ଲୋକସଭାରେ ଏନେଇ ସରକାର ବିଧିବଦ୍ଧ ଭାବେ ସରକାର ଘୋଷଣା କରିଥିଲେ। ରାଜ୍ୟସଭାରେ ଜମି ଅଧିଗ୍ରହଣ ବିଲଟିକୁ ପାରିତ କରାଇବାରେ ନିଶ୍ଚିତ […]

bhartruhari

Rakesh Mallick
  • Published: Tuesday, 12 May 2015
  • , Updated: 12 May 2015, 01:58 PM IST

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲର ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ଏହି କମିଟି। ଏଥିରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନିତ କରାଯାଇଛି। ଏସ.ଏସ ଆଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ହୋଇଛି ଏହି କମିଟି। ଆଜି ଲୋକସଭାରେ ଏନେଇ ସରକାର ବିଧିବଦ୍ଧ ଭାବେ ସରକାର ଘୋଷଣା କରିଥିଲେ।

ରାଜ୍ୟସଭାରେ ଜମି ଅଧିଗ୍ରହଣ ବିଲଟିକୁ ପାରିତ କରାଇବାରେ ନିଶ୍ଚିତ ସମସ୍ୟାକୁ ଦୃଷ୍ଟିରେ ରଖି ଗତକାଲି କେନ୍ଦ୍ର ସରକାର ଏହାକୁ ସଂସଦୀୟ ଯୁଗ୍ମ କମିଟି ପାଖକୁ ପଠାଯିବ ବୋଲି ଘୋଷଣା କରାଯାଇଥିଲା। ଗତକାଲି ସରକାର ବିଲଟିକୁ ଲୋକସଭାରେ ସରକାର ଆଗତ କରିଥିଲେ। ତେବେ ଏହାକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଓ ବାମ ଦଳଗୁଡ଼ିକର ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ବିଜେଡି ମଧ୍ୟ ଏହି ବିଲକୁ ଗୃହରେ ଆଗତ କରାଯିବାକୁ ବିରୋଧ କରିଥିଲା। ବିଲଟିର ବର୍ତ୍ତମାନ ରୂପରେଖକୁ ବିଜେଡି ଗ୍ରହଣ କରିପାରିବନି ବୋଲି ଗୃହରେ ଦଳୀୟ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ।

ଲୋକସଭାରେ ଏହି ବିଲ୍ ପାସ ହେବା ନେଇ କୌଣସି ସମସ୍ୟା ନଥିଲା। ତେବେ ବିରୋଧୀଙ୍କ କଡ଼ା ଆଭିମୁଖ୍ୟକୁ ଦେଖି ମୋଦି ସରକାର ନିଶ୍ଚିତ ପ୍ରାୟ ହୋଇଯାଇଥିଲେ ଯେ ରାଜ୍ୟସଭାରେ ଏହାକୁ ପାରିତ କରାଇବା କାଠିକାର ପାଠ ହୋଇଯିବ। ତେଣୁ ସରକାର ଏହାକୁ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଇ ଦେଇଛନ୍ତି। ଏହି କମିଟିର ପ୍ରସ୍ତାବଗୁଡ଼ିକ ସହିତ ବିଲଟିକୁ ଆସନ୍ତା ମୌସୁମୀ ଅଧିବେଶନରେ ସଂସଦର ଯୁଗ୍ମ ଅଧିବେଶନ ଡକାଇ ଉପସ୍ଥାପିତ କରିବାକୁ ଯୋଜନା ରଖିଛନ୍ତି। ଆଉ ସେଇଠି ବିଲଟିକୁ ପାସ୍ କରାଇ ନେବାକୁ ଲକ୍ଷ୍ୟ ରଖିଛନ୍ତି।

Related story