ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମ ଜମି ଜବରଦଖଲ ଅଭିଯୋଗ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ର। ବାଲିଅନ୍ତା ତହସିଲଦାରଙ୍କ ନିକଟରେ ସୁରେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ହାଜିର ହୋଇଥିଲେ ଓ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗିଥିଲେ। ତେବେ ତହସିଲଦାର ସେମାନଙ୍କୁ ୭ ଦିନ ସମୟ ପ୍ରଦାନ କରିଛନ୍ତି। ୫୦୦ ଡିସିମିଲ ଗୋଚର ଜାଗାକୁ ଆଶ୍ରମ କର୍ତ୍ତୃପକ୍ଷ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଜବରଦଖଲ ଜମି ଉପରେ ଆଶ୍ରମକୁ ରାସ୍ତା, ଦାତବ୍ୟ ଚିକିତ୍ସାଳୟ ଓ ପୋଷ୍ଟ ଅଫିସ୍ ଆଦି ନିର୍ମାଣ କରାଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ତହସିଲଦାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।