ଆସିବାକୁ ମନାକଲା ୧୦୨ ଆମ୍ବୁଲାନ୍ସ: ଅଟୋରେ ପିଲା ଜନ୍ମ କଲେ ମହିଳା

କଲ୍ୟାଣସିଂହପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ କୌଣସି କୌଣସି ଯୋଜନା ସଫଳ ହେଉନାହିଁ। ଆଜି ବି ଜନନୀ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଏମିତି ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ଟିକରପଡ଼ା ଗାଁରେ। ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ  ଫୋନ କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ଶେଷରେ ପରିବାର ଲୋକ ଅଟୋରେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ବାଟରେ ମହିଳା ଜଣଙ୍କ ଅଟୋରେ ପ୍ରସବ କରିଥିଲେ। ପୁରା […]

nn

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 10:58 PM IST

କଲ୍ୟାଣସିଂହପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ କୌଣସି କୌଣସି ଯୋଜନା ସଫଳ ହେଉନାହିଁ। ଆଜି ବି ଜନନୀ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଏମିତି ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ଟିକରପଡ଼ା ଗାଁରେ।

ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ  ଫୋନ କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ଶେଷରେ ପରିବାର ଲୋକ ଅଟୋରେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ବାଟରେ ମହିଳା ଜଣଙ୍କ ଅଟୋରେ ପ୍ରସବ କରିଥିଲେ।

ପୁରା ଘଟଣାଟି ହେଲା, ସୁନାଖଣ୍ଡି ଟିକରପଡ଼ା ଗାଁର ପଅଁଳା ପାସ୍କା ଆଜି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଅପେକ୍ଷା ପରେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା ବୋଲି ମହିଳା ସ୍ୱାମୀ ଅଭିଯୋଗ  କରିଛନ୍ତି।  ପରେ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ୨୦ କିଲୋମିଟର ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ। ତେବେ ଅଧା ବାଟରେ ଅଟୋ  ହିଁ ପଅଁଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମା ଓ ଶିଶୁଙ୍କୁ କଲ୍ୟାଣସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଭଲ ନ ଥିବା ଜଣାପଡ଼ିଛି।

ମହିଳାଙ୍କ ସ୍ୱାମୀ କହିଛନ୍ତି- “ଆଜି ମୋ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲି। ଆମ୍ବୁଲାନ୍ସ ଆସିବାକୁ ମନା କରି ଦେଇଥିଲା। ମୋ ସ୍ତ୍ରୀ ଅଧିକ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ବାଧ୍ୟ ହୋଇ ମୁଁ ଅଟୋକୁ ଫୋନ୍‌ କରିଥିଲି। ଅଟୋରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ଅଧା ବାଟରେ ପଅଁଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା।”

ଏପରିକି ଅଭିଯୋଗକୁ ଆମ୍ୱୁଲାନ୍ସ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଆମ୍ୱୁଲାନ୍ସ କର୍ତ୍ତୃପକ୍ଷ କହିଛନ୍ତି ଆମ ପାଖକୁ କୌଣସି ଫୋନ୍‌ କରାଯାଇନାହିଁ।

 

Related story