ଜଙ୍ଗଲ ନିଆଁରେ ଅଧିକ କ୍ଷୟକ୍ଷତି ହେଲା ଡିଏଫ୍‌ଓ ଦାୟୀ ରହିବେ

ଭୁବନେଶ୍ୱର: ଖରାତାତି ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତା ବଢାଇ ଦେଇଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଜଙ୍ଗଲ ଜଳୁଥିବା ଖବର ଆସୁଛି। ଏଭଳି ସ୍ଥିତିରେ ଜଙ୍ଗଲ ନିଆଁକୁ ରୋକିବାକୁ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏପରି କି ଜଙ୍ଗଲରେ ନିଆଁ ଲାଗି ଯେଉଁ କ୍ଷୟକ୍ଷତି ହେବ ସେଥିପାଇଁ ଡିଏଫ୍‌ଓମାନେ ଦାୟୀ ରହିବେ ବୋଲି ୱାଇଲ୍ଡ ଲାଇଫ ପିସିସିଏଫ୍‌ ସିଦ୍ଧାନ୍ତ ଦାସ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ମଠରଗଡ଼ି ଜଙ୍ଗଲରେ ଲାଗି ଥିବା ନିଆଁ ବନ୍ୟଜନ୍ତୁଙ୍କ […]

fair

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 05:20 PM IST

ଭୁବନେଶ୍ୱର: ଖରାତାତି ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତା ବଢାଇ ଦେଇଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଜଙ୍ଗଲ ଜଳୁଥିବା ଖବର ଆସୁଛି। ଏଭଳି ସ୍ଥିତିରେ ଜଙ୍ଗଲ ନିଆଁକୁ ରୋକିବାକୁ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏପରି କି ଜଙ୍ଗଲରେ ନିଆଁ ଲାଗି ଯେଉଁ କ୍ଷୟକ୍ଷତି ହେବ ସେଥିପାଇଁ ଡିଏଫ୍‌ଓମାନେ ଦାୟୀ ରହିବେ ବୋଲି ୱାଇଲ୍ଡ ଲାଇଫ ପିସିସିଏଫ୍‌ ସିଦ୍ଧାନ୍ତ ଦାସ କହିଛନ୍ତି।

ଢେଙ୍କାନାଳ ଜିଲ୍ଲା ମଠରଗଡ଼ି ଜଙ୍ଗଲରେ ଲାଗି ଥିବା ନିଆଁ ବନ୍ୟଜନ୍ତୁଙ୍କ ପାଇଁ ବିପଦର କାରଣ ପାଲଟିଛି। ଢେଙ୍କାନାଳ ଡିଏଫ୍‌ଓ ପ୍ରଦୀପ କୁମାର ସାହୁ କହିଛନ୍ତି, “ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ନିଆଁ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବା ପାଇଁ ବ୍ୟବସ୍ଥା କରାଯାଇଛି।”

କାମାକ୍ଷାନଗର ଅଞ୍ଚଳରେ ବି ଜଙ୍ଗଲରେ ନିଆଁ ଲାଗିଛି। ଗତମାସ ଚନ୍ଦକା ଅଞ୍ଚଳରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଖରାଦିନେ ଏପରି ନିଆଁ ଲାଗିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ପରିସ୍ଥିତିର ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି। ଗାଇଡ଼ଲାଇନ ଅନୁସାରେ ଜଙ୍ଗଲରେ ଅଧିକ ସଂଖ୍ୟାରେ ଫାୟାର ସ୍କ୍ୱାର୍ଡ ନିୟୋଜିତ କରାଯିବେ। ଜଙ୍ଗଲରେ ଜଳାଶୟ ସୃଷ୍ଟି କରାଯିବ। ଜିପିଏସ୍‌ ଓ ସାଟେଲାଇଟ୍‌ ଇମେଜ ଜରିଆରେ ଜଙ୍ଗଲ ନିଆଁକୁ ଠାବ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିଆଁ ଯେପରି ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ନ କରେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏପରି କି ନିଆଁ ଲାଗି ଅଧିକ କ୍ଷୟକ୍ଷତି ହେଲେ ଏଥିପାଇଁ ଡିଏଫ୍‌ଓମାନଙ୍କୁ ଦାୟୀ କରାଯିବ ଓ ଏଥିପାଇଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ୱାଇଲ୍ଡ ଲାଇଫ ପିସିସିଏଫ୍‌ ଦାସ କହିଛନ୍ତି।

Related story