ଜନତା ମଇଦାନରେ ତୋଷାଳୀ କ୍ରାଫ୍ଟ ମେଳା ଆରମ୍ଭ

ଭୁବନେଶ୍ୱର:  ଜନତା ମଇଦାନରେ ଦଶମ ଜାତୀୟ ତୋଷାଳୀ କ୍ରାଫ୍ଟ ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ମେଳାରେ ଓଡ଼ିଶା ସହିତ ୨୫ଟି ରାଜ୍ୟର ୩୫୦ରୁ ଅଧିକ କାରିଗର ଓ ବୁଣାକାର ଯୋଗଦେଇଛନ୍ତି। ଏଥିରେ କାଶ୍ମୀର ଶାଲ୍ ଓ ଶାଢୀ, ରାଜସ୍ଥାନୀ ଶାଢୀ ଓ ଡ୍ରେସ ମ୍ୟାଟେରିଆଲ, ଉତ୍ତରପ୍ରଦେଶର ପ୍ରସିଦ୍ଧ ଚିକନ୍ ଡ୍ରେସ କପଡ଼ା ସହିତ ଓଡ଼ିଶାର ସମ୍ୱଲପୁରୀ ଶାଢୀ, ପାଟ ମଠା, ଟସର ପୋଷାକ ଓ ଖଦି ବସ୍ତ୍ର ପ୍ରଭୃତି ହସ୍ତତନ୍ତର […]

tosali

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 03:36 AM IST

ଭୁବନେଶ୍ୱର:  ଜନତା ମଇଦାନରେ ଦଶମ ଜାତୀୟ ତୋଷାଳୀ କ୍ରାଫ୍ଟ ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ମେଳାରେ ଓଡ଼ିଶା ସହିତ ୨୫ଟି ରାଜ୍ୟର ୩୫୦ରୁ ଅଧିକ କାରିଗର ଓ ବୁଣାକାର ଯୋଗଦେଇଛନ୍ତି। ଏଥିରେ କାଶ୍ମୀର ଶାଲ୍ ଓ ଶାଢୀ, ରାଜସ୍ଥାନୀ ଶାଢୀ ଓ ଡ୍ରେସ ମ୍ୟାଟେରିଆଲ, ଉତ୍ତରପ୍ରଦେଶର ପ୍ରସିଦ୍ଧ ଚିକନ୍ ଡ୍ରେସ କପଡ଼ା ସହିତ ଓଡ଼ିଶାର ସମ୍ୱଲପୁରୀ ଶାଢୀ, ପାଟ ମଠା, ଟସର ପୋଷାକ ଓ ଖଦି ବସ୍ତ୍ର ପ୍ରଭୃତି ହସ୍ତତନ୍ତର ଷ୍ଟଲ୍ ରହିଛି।

ଭଳିକି ଭଳି ଘରକରଣା ସାଙ୍ଗକୁ ଘରସଜା ସାମଗ୍ରୀ ଉପଲବ୍ଧ ହେଉଛି। ଏହା ସହିତ ବିଭିନ୍ନ ନାମୀଦାମୀ ରେଷ୍ଟୁରାଣ୍ଟର ୩୦ଟି ଫୁଡକୋର୍ଟ ଲାଗିଛି। ଉଦଘାଟନୀ ଅବସରରେ ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଦେବରାଜ ସାହୁ ଏବଂ ବିନୋଦ ମହାରଣାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ୨୦୧୨ ରୁ ୨୦୧୪ ମସିହା ପାଇଁ ୯ଜଣ ଶିଳ୍ପୀଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ।

Related story