ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ଡକାୟତି ଘଟଣାର ଖୋଲାସା କଲା ପୋଲିସ

ଭୁବନେଶ୍ୱର: କଟକ ଜିଲା ସିଡିଏ ଅଞ୍ଚଳର ସେକ୍ଟର ୧୧ରେ ରହୁଥିବା ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ଖୋଲାସା କରିଛି । ପୋଲିସ କମିଶନର ଆର.ପି. ଶର୍ମା ସୂଚନା ଦେଇ କହିଛନ୍ତି ଯେ, ଗତ ମେ ୨୨ରେ ସାଲେପୁରରେ ହୋଇଥିବା ଏକ ଡକାୟତି ଘଟଣାରୁ କିଛି ସୁରାକ ମିଳିଥିଲା । ଏହାକୁ ଆଧାର କରି ଗ୍ୟାଙ୍ଗ ଲିଡରଙ୍କୁ ଚଣ୍ଡିଖୋଲରୁ ଧରିବା ପରେ ଟ୍ରାକିଂ କରି ଅନ୍ୟ ୪ରୁ ୫ଜଣଙ୍କୁ ଧରିଛୁ । ଏହି […]

cuttack1

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 09:52 AM IST

ଭୁବନେଶ୍ୱର: କଟକ ଜିଲା ସିଡିଏ ଅଞ୍ଚଳର ସେକ୍ଟର ୧୧ରେ ରହୁଥିବା ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ଖୋଲାସା କରିଛି । ପୋଲିସ କମିଶନର ଆର.ପି. ଶର୍ମା ସୂଚନା ଦେଇ କହିଛନ୍ତି ଯେ, ଗତ ମେ ୨୨ରେ ସାଲେପୁରରେ ହୋଇଥିବା ଏକ ଡକାୟତି ଘଟଣାରୁ କିଛି ସୁରାକ ମିଳିଥିଲା । ଏହାକୁ ଆଧାର କରି ଗ୍ୟାଙ୍ଗ ଲିଡରଙ୍କୁ ଚଣ୍ଡିଖୋଲରୁ ଧରିବା ପରେ ଟ୍ରାକିଂ କରି ଅନ୍ୟ ୪ରୁ ୫ଜଣଙ୍କୁ ଧରିଛୁ । ଏହି ଡକାୟତି ଦଳର ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ ଏହା ଜଜଙ୍କ ଘର ଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି । ଅଭିଯୁକ୍ତମାନେ ବହୁତ ଚାଲକ ଥିଲେ । ଡକାୟତି ପରେ ସେମାନେ କୌଣସି ସୁରାକ ଛାଡୁ ନ ଥିଲେ । ଜଷ୍ଟିସଙ୍କ ଘରେ ଡକାୟତି ଘଟଣାରେ ଅଭିଯୁକ୍ତମାନେ ଟଙ୍କା ଓ ସୁନା ଲୁଟି ନେଇଥିଲେ । ଜଷ୍ଟିସଙ୍କ ପରିବାର ଲୋକଙ୍କୁ ଏକ ଘରେ ଭର୍ତ୍ତି କରି ବାହାରୁ ଚାବି ପକାଇ ପଳାଇଥିଲେ । ଗଲାବେଳେ ସେମାନେ ଘରର ସମସ୍ତ ସଦସ୍ୟଙ୍କ ମୋବାଇଲ ନେଇଯାଇଥିଲେ । ତେବେ ସେମାନ ଏହି ମୋବାଇଲକୁ ସାଙ୍ଗରେ ନ ନେଇ ବାଟରେ ଫିଙ୍ଗି ଦେଇଯାଇଥିଲେ । ଜଷ୍ଟିସଙ୍କ ପରିବାର ଲୋକେ ଯେମିତି ପୋଲିସକୁ ଖବର କରିପାରିବେ ନାହିଁ ସେଥିଲଗି ମୋବାଲ ନେଇଯାଇଥିଲେ ବୋଲି କମିଶନର କହିଛନ୍ତି । ଗ୍ୟାଙ୍କର ସମସ୍ତ ସଦସ୍ୟ କେନ୍ଦ୍ରାପଡା ଜିଲାରେ । ସମାନ ତରିକାରେ ଏହି ଗ୍ୟାଙ୍ଗ ଡକାୟତି କରୁଥିଲା ବୋଲି କମିଶନର କହିଛନ୍ତି ।

Related story