ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

Ordigital Desk
  • Published: Sunday, 12 November 2017
  • , Updated: 12 November 2017, 12:50 PM IST
<p>ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ପାର୍ବତୀ ଗଣନାଟ୍ୟର କଳାକାର ଦମ୍ପତିଙ୍କୁ ଛୁରାମାଡ଼ ହୋଇଛି। ସେହି ଯାତ୍ରା ପାର୍ଟିର ଅନ୍ୟ ଜଣେ କଳାକାର ଏହି ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।</p> <p>ଗତ ରାତିରେ କୌଣସି ଏକ କାରଣକୁ ନେଇ ଏହି ଦମ୍ପତିଙ୍କ ସହ ଉକ୍ତ କଳାକାରଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ସକାଳେ ସେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Related story