ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ, କାରଣ ଅସ୍ପଷ୍ଟ

ଅନୁଗୋଳ: ଅନୁଗୋଳ ଛେଳିଆପଅଡ଼ା ସିଆରପିଏଫ୍‌ କ୍ୟାମ୍ପରେ ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାଁ ମିହିର ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ସେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ।  ମୃତ ମିହିର ସିଆରପିଏଫ କ୍ୟାମ୍ପରେ ଗୋଳାବାରୁଦ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ମହିରିଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଆଜି ସକାଳେ କ୍ୟାମ୍ପ ପରିସରରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା।  ହାବିଳଦାର ମିହିରଙ୍କ ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ […]

dead,,,,

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 09:12 AM IST

ଅନୁଗୋଳ: ଅନୁଗୋଳ ଛେଳିଆପଅଡ଼ା ସିଆରପିଏଫ୍‌ କ୍ୟାମ୍ପରେ ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାଁ ମିହିର ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ସେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ।  ମୃତ ମିହିର ସିଆରପିଏଫ କ୍ୟାମ୍ପରେ ଗୋଳାବାରୁଦ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ମହିରିଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

ଆଜି ସକାଳେ କ୍ୟାମ୍ପ ପରିସରରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା।  ହାବିଳଦାର ମିହିରଙ୍କ ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।  ପ୍ରାଥମିକ ତଦନ୍ତରୁ  AK 47ରୁ ଗୁଳିବାଜି ମିହିରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Related story