ମଣିପୁର ଉପନିର୍ବାଚନ: ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପି ଉପସଭାପତି ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଆଜି ମଣିପୁରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପିର ସବକା ସାଥ, ସବକା ବିକାଶ ମନ୍ତ୍ରକୁ ଠିକଭାବେ ଦଳ ଚରିତାର୍ଥ କରିଛି ବୋଲି ଶ୍ରୀ ପଣ୍ଡା ନିର୍ବାଚନୀ ପ୍ରଚାର ସଭାରେ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା ଆଜି ସକାଳେ ଇମ୍ଫାଲରେ ପହଂଚି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମଣିପୁରର ସାଇତୁ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ଦଳୀୟ […]

7bv

Tapas Behera
  • Published: Tuesday, 27 October 2020
  • , Updated: 27 October 2020, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପି ଉପସଭାପତି ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଆଜି ମଣିପୁରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପିର ସବକା ସାଥ, ସବକା ବିକାଶ ମନ୍ତ୍ରକୁ ଠିକଭାବେ ଦଳ ଚରିତାର୍ଥ କରିଛି ବୋଲି ଶ୍ରୀ ପଣ୍ଡା ନିର୍ବାଚନୀ ପ୍ରଚାର ସଭାରେ କହିଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା ଆଜି ସକାଳେ ଇମ୍ଫାଲରେ ପହଂଚି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମଣିପୁରର ସାଇତୁ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ନୋଏମଥାଙ୍ଗ ହାକିପଙ୍କ ସପକ୍ଷରେ ସେ ପ୍ରଚାର ସଭାରେ ସାମିଲ ହୋଇଥିଲେ। ଶ୍ରୀ ପଣ୍ଡାଙ୍କ ସହ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦିଲ୍ଲୀପ ସାଇକିଆ, ସାଂସଦ ପ୍ରେମାନନ୍ଦ ମୈତି ଓ ମଣିପୁର ବିଜେପିର ଅନ୍ୟ ନେତାମାନେ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।

ଦଳୀୟ ସଭାରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା କହିଥିଲେ ଯେ, ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବାର ସୁଯୋଗ ପାଇଥିବା କିଛି ଲୋକ ବିଜେପିର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବିଜେପିର ସବକା ସାଥ,ସବକା ବିକାଶ ମନ୍ତ୍ର ହିଁ ହୃଦୟରୁ ଆସିିଛି ଓ ତାକୁ ବାସ୍ତବରେ ତା’ର ଅର୍ଥକୁ ଓ ଉଦ୍ଦେଶ୍ୟକୁ ପୂରଣ କରୁଛୁ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କ ସହ ସେଠାରେ ନିର୍ବାଚନୀ ପ୍ରଚାର ରଣନୀତି ଉପରେ ଆଲୋଚନା କରିଥିଲେ। ଏହାପରେ ୱାଙ୍ଗଜିଙ୍ଗ-ତେନ୍ଥାରେ ମହିଳା ଗୋଷ୍ଠୀମାନଙ୍କ ସହ ଶ୍ରୀ ପଣ୍ଡା ବୈଠକ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିବା ତଥା ପ୍ରଧାନମନ୍ତ୍ରୀଙ୍କ ମଣିପୁର ଓ ଉତ୍ତ-ପୂର୍ବାଂଚଳ ବିକାଶକୁ ନେଇ ଥିବା ଆଭିମୁଖ୍ୟ ସମ୍ପର୍କରେ ଶ୍ରୀ ପଣ୍ଡା ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ। ଏହାସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଦ୍ୱାରା ଦେଶର ସୁରକ୍ଷାରେ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଦଳ ଦ୍ୱାରା କୋଭିଡ୍ ସମୟରେ ବ୍ୟାପକ ଭାବେ ଲୋକଙ୍କ ସେବା କରିବା ସମ୍ପର୍କରେ ଶ୍ରୀ ପଣ୍ଡା ମଧ୍ୟ ଦଳୀୟ ସଭାରେ ସୂଚନା ଦେଇଥିଲେ।

Related story