ବିବାଦର ବୀଜ ବୁଣିଲେ ଜୟନାରାୟଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି । ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ  ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା […]

c-90-

Tapas Behera
  • Published: Friday, 12 July 2019
  • , Updated: 12 July 2019, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି । ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ  ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ହଁ ଭରି  ଜୟ ଦଳ ଭିତରେ କମ୍ପନ ସୃଷ୍ଟି କରିଛନ୍ତି । ସେପଟେ ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ, ଜୟଙ୍କ କ୍ଷୋଭର କଡା ଜବାବ ଦେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

୨୩ ବିଧାୟକଙ୍କୁ ନେଇ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ବିଜେପି । ତଥାପି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ଭାରି ପଡିଛି କଂଗ୍ରେସ। ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାଠୁ ଆରମ୍ଭ କରି କଂଗ୍ରେସର ୯ ବିଧାୟକ ବିରୋଧୀର ଆଧିପତ୍ୟ ଜାହିର କରିଛନ୍ତି । ପ୍ରଶ୍ନ କାଳ , ଶୂନ୍ୟ କାଳରେ ଶାସକ ଦଳ ବିରୋଧରେ ବିଜେପି ଅପେକ୍ଷା ନିଜ ସ୍ୱରକୁ ଅଧିକ ଶାଣିତ କରିଛି କଂଗ୍ରେସ । ଏପରିସ୍ଥିତରେ  ଜୟନାରୟଣଙ୍କ ସଙ୍କେତ  ଅନେକ ପ୍ରଶ୍ନ ଠିଆ କରିଛି।

୨୩ ତାରିଖରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜା ପାଣ୍ଡେଙ୍କ ଉପସ୍ଥିତିରେ ବସିଥିଲା ବିଜେପି ବିଧାୟକ ଦଳ ବୈଠକ।  ହେଲେ ସେଦିନ ନିଷ୍ପତ୍ତି ହୋଇ ନ ପାରିବାରୁ ରାଷ୍ଟ୍ରୀୟ ସଭାପତିଙ୍କୁ ନେତା ଚୟନ ଦାୟିତ୍ୱ ଦେଇଥିଲେ ବିଧାୟକ।

Related story