ଜୟନାରାୟଣଙ୍କୁ ଜାମିନ

ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଜାମିନ ମିଳିଛି। ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୈରାଜଜ୍ ଜୟନାରାୟଣଙ୍କୁ ଜାମିନ ଦେଇଛନ୍ତି। ୨ଜଣ ଜାମିନଦାର ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ଦିଆଯାଇଛି ବୋଲି ଜୟଙ୍କ ଓକିଲ ସତ୍ୟନାରାୟଣ ପଣ୍ଡା କହିଛନ୍ତି। ସୁଚନାଯୋଗ୍ୟଯେ, ଗତ ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ  ଏବଂ ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ପୂର୍ବତନ ବିଧାୟକ […]

Jaya mishra

Rakesh Mallick
  • Published: Wednesday, 22 April 2015
  • , Updated: 22 April 2015, 12:45 PM IST

ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଜାମିନ ମିଳିଛି। ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୈରାଜଜ୍ ଜୟନାରାୟଣଙ୍କୁ ଜାମିନ ଦେଇଛନ୍ତି। ୨ଜଣ ଜାମିନଦାର ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ଦିଆଯାଇଛି ବୋଲି ଜୟଙ୍କ ଓକିଲ ସତ୍ୟନାରାୟଣ ପଣ୍ଡା କହିଛନ୍ତି।

ସୁଚନାଯୋଗ୍ୟଯେ, ଗତ ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ  ଏବଂ ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୟନାରାୟଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ପରେ ଜାମିନ ନାମଞ୍ଚର ହେବାରୁ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଯାଇଥିଲା।

Related story