ଏପ୍ରିଲ୍‌ରେ ହେବ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍‌ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାନ୍ତି। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା […]

JEE-MAIN-TO-BE-HELD-IN-APRIL

Manoranjan Sial
  • Published: Monday, 11 March 2019
  • , Updated: 11 March 2019, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍‌ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାନ୍ତି।

ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀମାନେ ଏହିଁ ସୁଯୋଗ ହାତଛଡ଼ା କରିନାହାନ୍ତି। ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ରାଙ୍କ ପ୍ରସ୍ତୁତ କରାଯିବ। ଦୁଇଟି ଜେଇଇ ମେନ୍ ଦ୍ୱାରା ଆଇଆଇଟି ଓ ଏନ୍‌ଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଅଧିକ ପରିମାଣରେ ଆବେଦନ କରିଛନ୍ତି।

ଦ୍ୱିତୀୟ ଜେଇଇ ମେନ୍ ଲାଗି ସାରା ଦେଶରେ ୯ ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୬୯ ହଜାର ପ୍ରଥମ ଜେଇଇ ମେନ୍ ଦେଇସାରିଛନ୍ତି। ୩ ଲକ୍ଷ ୧୪ ହଜାର ନୂଆ ଆବେଦନକାରୀ ଅଛନ୍ତି। ଦୁଇଟି ଜେଇଇ ମେନ୍ ସରିବା ପରେ ଏନ୍‌ଟିଏ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ କରିବ। ଏହି ପ୍ରକ୍ରିୟାକୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ସ୍ୱାଗତ କରିଛି।

ଜେଇଇ ଆଡଭାନ୍ସ ବଦଳରେ ‘ଓ୍ୱାନ୍ ନେସନ୍ ଓ୍ୱାନ୍ ଏକ୍‌ଜାମ୍’ ଧାରାରେ ଜେଇଇ ମେନ୍‌ରୁ ଆଇଆଇଟି ଓ ଏନ୍‌ଆଇଟି ଭଳି ସଂସ୍ଥାରେ ଆଡମିଶନ ହେଲେ ସମାନ ସୁଯୋଗ ଛାତ୍ରଛାତ୍ରୀଙ୍କୁ ମିଳିବ ବୋଲି ରାଉରକେଲା ଏନ୍‌ଆଇଟିର ପୂର୍ବତନ ନିର୍ଦ୍ଦେଶକ ସୁନୀଲ ଷଡ଼ଙ୍ଗୀ କହିଛନ୍ତି।

ଏପଟେ ଆଜିଠାରୁ ରେଜିଷ୍ଟ୍ରେସନ୍ କରିଥିବା ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ଡଟ୍ ଏନ୍ଆଇସି ୱେବସାଇଟ୍‌ରେ ନିଜ ଫର୍ମକୁ କରେକସନ୍ କରିପାରିବେ। ସେହିପରି ଆର୍ଥିକ ଅନଗ୍ରସର କୋଟା ଲାଗି ମଧ୍ୟ ଆଜିଠାରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

Related story