ଗହଣା ଦୋକାନରେ ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ

ଢେଙ୍କାନାଳ: ସୁନା ଦୋକାନରୁ ଲୁଟ୍। ଆଉ ଏହି ଲୁଟ୍ ବେଳର ଦୃଶ୍ୟ  କଏଦ ହୋଇଛି ସିସିଟିଭି କ୍ୟାମେରାରେ। ଢ଼େଙ୍କାନାଳ ଜିଲ୍ଲା ମୁକ୍ତାପଶି ସ୍ଥିତି ତୁଳସୀ ଅଳଙ୍କାର ଦୋକାନ ଲୁଟ୍‌ ଘଟଣାର ଲାଇଭ୍ ଫୁଟେଜ୍ ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ଓଟିଭି ହାତରେ ଲାଗିଛି। ୫ ଜଣ ଦୁର୍ବୃତ୍ତ ଗହଣା ଦୋକାନରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି।

ଏପରିକି ଦୁର୍ବୃତ୍ତମାନେ ଦୋକାନରେ ଥିବା ୨ ଜଣ ଗ୍ରାହକଙ୍କୁ ମଧ୍ୟ ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଘଟଣାରେ ସଂମାଟାଙ୍ଗି ଗାଁର ପ୍ରକାଶ ବେହେରା ଓ କନ୍ତିଓପୁଟସାହିର ତାପସ ସାହୁ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଲୁଟ୍ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।