ଜୟପୁର: ଟ୍ରାକ୍ଟର ଓଲଟି ୩ ମୃତ, ୧୧ ଆହତ

ଜୟପୁର: ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ବର୍ମାଗୁଡ଼ାରେ। ମିଳିଥିବା ସୂଚନା ଅନୁସାରେ ବୈପାରୀଗୁଡ଼ା ବ୍ଲକ୍ ମହୁଲି ପଞ୍ଚାୟତର ତଳଗାଁରୁ ବାହାଘର ସାରି ପ୍ରାୟ  ୪୦ ଜଣ ଲୋକ ଏକ ଟ୍ରାକ୍ଟରରେ ଫେରୁଥିଲେ। କୁନ୍ଦୁରା ବ୍ଲକର ବର୍ମାଗୁଡ଼ାଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ୧୧ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।