ଝାଡଖଣ୍ଡର ସର୍ଜନା ନଦୀରେ ସ୍କର୍ପିଓ ଖସିପଡି ରାଉରକେଲାର ୭ ମୃତ

ରାଉରକେଲା: ଝାଡ଼ଖଣ୍ଡର ଖୁଣ୍ଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି। ନିଜର ନିଖୋଜ ଥିବା ୧୮ବର୍ଷିୟା ଭଉଣୀକୁ ଖୋଜିବାକୁ ଯାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ଭାଇ ଭିକି ସିଂହ। ଭିକି ସିଂହଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି। ଭିକି ସିଂହ ବୁଧବାର ଦିନ ତା’ ଭଉଣୀ କୁଆଡେ ନିଖୋଜ ହେବାର ରିପୋର୍ଟ ବ୍ରାହ୍ମଣୀ ତରଙ୍ଗ ଥାନାରେ ଦେଇଥିଲେ। ତେବେ ଗୁରୁବାର ଦିନ ଭଉଣୀ ଲକ୍ଷ୍ନୌରେ ଥିବା ଖବର ମିଳିଥିଲା। ଜଗଦାର କେଦାର ପ୍ରିୟଦର୍ଶି ବାରିକଙ୍କ […]

rkl

rkl

Rakesh Mallick
  • Published: Friday, 31 July 2015
  • Updated: 31 July 2015, 01:11 PM IST

Sports

Latest News

ରାଉରକେଲା: ଝାଡ଼ଖଣ୍ଡର ଖୁଣ୍ଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି। ନିଜର ନିଖୋଜ ଥିବା ୧୮ବର୍ଷିୟା ଭଉଣୀକୁ ଖୋଜିବାକୁ ଯାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ଭାଇ ଭିକି ସିଂହ। ଭିକି ସିଂହଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି। ଭିକି ସିଂହ ବୁଧବାର ଦିନ ତା’ ଭଉଣୀ କୁଆଡେ ନିଖୋଜ ହେବାର ରିପୋର୍ଟ ବ୍ରାହ୍ମଣୀ ତରଙ୍ଗ ଥାନାରେ ଦେଇଥିଲେ। ତେବେ ଗୁରୁବାର ଦିନ ଭଉଣୀ ଲକ୍ଷ୍ନୌରେ ଥିବା ଖବର ମିଳିଥିଲା। ଜଗଦାର କେଦାର ପ୍ରିୟଦର୍ଶି ବାରିକଙ୍କ ଏକ ସ୍କର୍ପିଓ ଭଡା କରି ଆଉ ୫ଜଣଙ୍କୁ ସାଙ୍ଗରେ ନେଇ ଗତକାଲି ରାତିରେ ବାହାରିଥିଲା ଲକ୍ଷ୍ନୌ ଅଭିମୁଖେ। ମାତ୍ର ଖୁଣ୍ଟିରେ ସର୍ଜନା ନଦୀପୋଲରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ସ୍କର୍ପିଓ। ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଚିକିତ୍ସା କରାଯାଉଛି। ଏହି ଖବର ପାଇବାପରେ ବେଦବ୍ୟାସ ଅଂଚଳରେ ଭିକି ରହୁଥିବା ଘରେ ଓ ଆଖପାଖ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେହିପରି ବିରମିତ୍ରପୁର ଏବଂ ଜଗଦାରେ ମଧ୍ୟ ସମାନ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos