ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବର୍ଷପୂର୍ତ୍ତି ଉପଲକ୍ଷେ ବିଜେଡିର ରାଜ୍ୟସ୍ତରୀୟ କର୍ମଶାଳା

କଟକ: ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖରେ ଏକ ବର୍ଷ ପୂରଣ ହେବ। ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କଟକରେ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। କର୍ମଶାଳାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ରୋହିତ ପଳଜାରୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ […]

cm-jiban-bindu

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 11:09 AM IST

କଟକ: ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖରେ ଏକ ବର୍ଷ ପୂରଣ ହେବ। ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କଟକରେ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ।

କର୍ମଶାଳାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ରୋହିତ ପଳଜାରୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଷକ ମଧ୍ୟରେ ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ ଦଳ ପକ୍ଷରୁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।  କାର୍ଯ୍ୟକ୍ରମ ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।

Related story