ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଜିନ୍ଦଲ ଗ୍ରୁପ୍‌ ଆଗ୍ରହୀ

ଭୁବନେଶ୍ୱର: କେବଳ ଇସ୍ପାତ ନୁହେଁ ଓଡ଼ିଶାରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଜିନ୍ଦଲ ଗ୍ରୁପ୍‌ ଆଗ୍ରହ ପ୍ରକାଶ କରିଛି। ଆଗାମୀ ଦିନରେ ଜିନ୍ଦଲ ପକ୍ଷରୁ ରାଜ୍ୟରେ ଅନେକ ଗୁଡିଏ ଛୋଟ ଶିଳ୍ପ ପ୍ରତିଷ୍ଠା କରାଯିବ ଓ ଏହାଦ୍ୱାରା ୫୦,୦୦୦ ଲୋକ ନିଯୁକ୍ତି ପାଇବେ। ଆଜି ସଚିବାଳୟରେ ଅର୍ଥ ଓ ଖଣି ସଚିବଙ୍କ ସହ ଆଲୋଚନା ପରେ କମ୍ପାନୀ ମୁଖ୍ୟ ନବୀନ ଜିନ୍ଦଲ ଏହା କହିଛନ୍ତି। ରାଜ୍ୟରେ ବିନିଯୋଗ କରାଯାଇଥିବା ୩୫,୦୦୦ କୋଟି ଟଙ୍କାର କିଭଳି ସୁଫଳ […]

jindal

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 10:43 PM IST

ଭୁବନେଶ୍ୱର: କେବଳ ଇସ୍ପାତ ନୁହେଁ ଓଡ଼ିଶାରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଜିନ୍ଦଲ ଗ୍ରୁପ୍‌ ଆଗ୍ରହ ପ୍ରକାଶ କରିଛି। ଆଗାମୀ ଦିନରେ ଜିନ୍ଦଲ ପକ୍ଷରୁ ରାଜ୍ୟରେ ଅନେକ ଗୁଡିଏ ଛୋଟ ଶିଳ୍ପ ପ୍ରତିଷ୍ଠା କରାଯିବ ଓ ଏହାଦ୍ୱାରା ୫୦,୦୦୦ ଲୋକ ନିଯୁକ୍ତି ପାଇବେ। ଆଜି ସଚିବାଳୟରେ ଅର୍ଥ ଓ ଖଣି ସଚିବଙ୍କ ସହ ଆଲୋଚନା ପରେ କମ୍ପାନୀ ମୁଖ୍ୟ ନବୀନ ଜିନ୍ଦଲ ଏହା କହିଛନ୍ତି।

ରାଜ୍ୟରେ ବିନିଯୋଗ କରାଯାଇଥିବା ୩୫,୦୦୦ କୋଟି ଟଙ୍କାର କିଭଳି ସୁଫଳ ମିଳିପାରିବ ତା’ ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। କଞ୍ଚାମାଲ ଅଭାବ ଓ ପରିବହନ ଅସୁବିଧା ଦୂର ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି,“ଆମର ଯେଉଁ ପ୍ଲାଣ୍ଟ ଅଛି ସେଥିରୁ ଆମେ ତେଲ ଓ କେମିକାଲ ଉପଲବ୍ଧ କରାଇ ପାରିବୁ। ସେଥିରେ ବହୁତ ଜିନିଷ ପ୍ରସ୍ତୁତ କରି ହେବ। କେବଳ ଜିଏସ୍‌ପିଏଲ୍‌ ଇଣ୍ଡଷ୍ଟ୍ରିକୁ ଡେଭଲପ କରି, ଅଧିକ ୫୦,୦୦୦ ନିଯୁକ୍ତି ସୃଷ୍ଟି କରିହେବ। ଏହାକୁ ନେଇ ଆମେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଷ୍ଟଲ୍‌ ଲଗାଇଛୁ। ଆମ ଟିମ୍‌ ପ୍ରୋଜେକ୍ଟ ଉପସ୍ଥାପନ କରୁଛନ୍ତି।”

Related story