୩ ଦଫା ଦାବିରେ ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ହରତାଳ

ବାରିପଦା: ୩ ଦଫା ଦାବି ନେଇ ଆଜି ଝାଡ଼ଖଣ୍ଡ ମୁକ୍ତ ମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ହରତାଳ କରାଯାଇଛି। ଜେଏମ୍‌ଏମ୍‌ କର୍ମୀମାନେ ଜିଲ୍ଲା ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ବିକ୍ଷୋଭକାରୀମାନେ ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ସବ୍‌ଡିଭିଜନ୍ ଦେଇ ଯାଇଥିବା ଜାତୀୟ ରାଜପଥ ଓ […]

jmm

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 12:37 PM IST

ବାରିପଦା: ୩ ଦଫା ଦାବି ନେଇ ଆଜି ଝାଡ଼ଖଣ୍ଡ ମୁକ୍ତ ମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ହରତାଳ କରାଯାଇଛି। ଜେଏମ୍‌ଏମ୍‌ କର୍ମୀମାନେ ଜିଲ୍ଲା ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।

ବିକ୍ଷୋଭକାରୀମାନେ ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ସବ୍‌ଡିଭିଜନ୍ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକୁ ଦଳ ପକ୍ଷରୁ ଅବରୋଧ କରାଯାଇଛି। ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପିକେଟିଂ କରୁଥିବା ବେଳେ ଯଶିପୁରରେ ୧୦ ଜଣ ଜେଏମ୍‌ଏମ୍ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ମୟୂରଭଞ୍ଜ ଜିଲ୍ଲାର ଲକ୍ଷାଧିକ ବେକାର ଆଦିବାସୀ ଯୁବକ,ଯୁବତୀଙ୍କୁ ଚାକିରି ଦେବା, ଜିଲ୍ଲାରେ ଏକ ଫୁଟ୍‌ବଲ୍ ଷ୍ଟାଡିୟମ ପ୍ରତିଷ୍ଠା କରିବା ଓ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶ କରିବାକୁ ଦଳ ଦାବି କରିଛି।

ଜେଏମ୍‌ଏମ୍‌ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି,“୩ ଦଫା ଦାବି ନେଇ ଆଜି ଆମେ ଏହି ହରତାଳ କରିଛୁ। ବିଗତ ଦୁଇ ବର୍ଷ ହେବ ସରକାରଙ୍କ ନିକଟରେ ଏହି ଦାବି କରିଆସୁଛୁ। ସରକାର ଆମ କଥା ଶୁଣୁ ନାହାନ୍ତି। ମୟୂରଜିଲ୍ଲାକୁ କୌଣସି ସୁବିଧା ମିଳୁନାହୁଁ। ଏହାର ପ୍ରତିବାଦରେ ଆମେ ଆଜି ରାସ୍ତାଘାଟ ବନ୍ଦ କରିଛୁ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ଓ ମୟୂରଭଞ୍ଜ ଜିଲ୍ଲାକୁ ସିଲ୍‌ କରାଯିବ।”

Related story