- Videos
- Odisha
- ସବାଇ ଘାସ ଓ ଶାଳପତ୍ରକୁ ଜିଏସ୍ଟି ମୁକ୍ତ କରିବାକୁ ଦାବି
ସବାଇ ଘାସ ଓ ଶାଳପତ୍ରକୁ ଜିଏସ୍ଟି ମୁକ୍ତ କରିବାକୁ ଦାବି
- Published: Thursday, 09 November 2017
- , Updated: 09 November 2017, 06:08 PM IST
<p>ବାରିପଦା (ଓଡ଼ିଶା ରିପୋର୍ଟର): ସବାଇ ଘାସ ଓ ଶାଳପତ୍ରରେ ନିର୍ମିତ ସାମଗ୍ରୀକୁ ଜିଏସ୍‌ଟି ମୁକ୍ତ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ଆଜି ଜେଏମ୍‌ଏସ୍‌ ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖିରେ ପ୍ରାୟ ୫ଲକ୍ଷ ଲୋକ ଶାଳପତ୍ର ଓ ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାର କରିଥାନ୍ତି। ଜିଏସଟି ଲାଗୁ ହେବା ପରେ ଏହାର ପ୍ରଭାବ ବ୍ୟବସାୟୀ ଉପରେ ପଡୁଥିବା ଜେଏମ୍ଏସ୍ ଅଭିଯୋଗ କରାଯାଇଛି। ଏନେଇ ଜେଏମ୍‌ଏସ୍‌ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ଶହଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।</p>