ହଠାତ୍‌ ସଚିବାଳୟ ପ୍ରବେଶ ନେଇ ସାମ୍ବାଦିକଙ୍କ ପାଇଁ ଲାଗୁ ହେଲା କଟକଣା: ଜାରିହେଲା ସର୍ତ୍ତାବଳୀ!

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଥାର୍ଡଫ୍ଲୋର ପଲିଟିକ୍ସ ଓ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଭିତରେ ସଚିବାଳୟ ପ୍ରବେଶ ପାଇଁ ଗଣମାଧ୍ୟମ ଉପରେ ଲାଗିଲା ସରକାରୀ କଟକଣା। &nbsp;ତେବେ ଆଜି ପଯର୍ୟନ୍ତ ବିନା ପାସ୍&zwnj;ଧାରୀ ସାମ୍ବାଦିକ ବି ସଚିବାଳୟ ଯାଇ ପାରୁଥିଲା ବେଳେ ହଠାତ୍ ସରକାରଙ୍କ ନିଷ୍ପତ୍ତି ପଛରେ ବି ଥାର୍ଡ ଫ୍ଲୋର୍ ଗୁପ୍ତ ନିର୍ଦ୍ଦେଶ ନାହିଁ ତ? ଏ ନେଇ ଚର୍ଚ୍ଚା ହେଉଛି । &nbsp;&nbsp;ତେବେ ସରକାରଙ୍କ ଏଭଳି ଆଚରଣ, ଗଣମାଧ୍ୟମର କଣ୍ଠରୋଧର ପ୍ରଥମ ପଦକ୍ଷେପ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି ? ଆସନ୍ତାକାଲିଠାରୁ ବିନା ପାସ୍&zwnj;ରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ୍ ଚେତାବନୀ ଦେଲେ ସୁରକ୍ଷାକର୍ମୀ। &nbsp;ତେବେ ଗଣମାଧ୍ୟମ ଉପରେ ସଚିବାଳୟର ହଠାତ୍ କାହିଁକି ଏ ରୋଷ ? କାହିଁକି ଏଭଳି ନିଷ୍ପତ୍ତି ? ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲା ବେଳେ ଏଭଳି କଟକଣାର ଧମକ ଦେଇଥିଲେ ଥାର୍ଡଫ୍ଲୋର୍ କର୍ମଚାରୀ। &nbsp;ଯାହାକୁ ଆଜି କାର୍ଯ୍ୟକାରୀ କରାଯାଇଥିବା କୁହାଯାଉଛି ।</p> <p>ଗୋଟିଏ ପଟେ ସରକାର ଜନସାଧାରଣଙ୍କ ନିକଟକୁ ପହଞ୍ଚିବାକୁ ସୋସିଆଲ୍ ମିଡିଇାଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାଧ୍ୟମରେ ରୀତିମତ ଉଦ୍ୟମ କରୁଛନ୍ତି। &nbsp;ହେଲେ ପ୍ରଶ୍ନ ସରକାରୀ କଳ ଓ ଲୋକଙ୍କ ମଧ୍ୟରେ ସେତୁ ଭଳି କାମ କରୁଥିବା ଗଣମାଧ୍ୟମ ଉପରେ ଏ କଟକଣା ଦ୍ୱାରା ସରକାରଙ୍କର କେଉଁ ଉଦ୍ଦେଶ୍ୟ ସାଧିତ ହେବାକୁ ଯାଉଛି । ନା ଜଣେ ବ୍ୟକ୍ତିବିଶେଷଙ୍କୁ ଖୁସି କରାଇବାକୁ ଏ ଉଦ୍ୟମ ? ତେବେ ଉତ୍ତର କେହି ଦେବାକୁ ନାରାଜ୍।&nbsp; ହଠାତ୍ ସଚିବାଳୟ ପ୍ରବେଶକୁ ନେଇ କାହିଁକି ଗଣମାଧ୍ୟମ ଉପରେ ଲାଗିଲା କଟକଣା? &nbsp;ଏ ନିର୍ଦ୍ଦେଶ କାହାର, ସୂଚନା ଓ ଲୋକସମ୍ପର୍କ ବିଭାଗ ନା ଗୃହ ବିଭାଗର ?&nbsp; ଏ ନେଇ କୌଣସି ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାଁନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଗଣମାଧ୍ୟମର କଣ୍ଠରୋଧ କରିବାକୁ ସଚିବାଳୟର କେଉଁଠୁ ନା କେଉଁଠୁ&nbsp; ପ୍ରୟାସ ଆରମ୍ଭ ହୋଇଛି ।</p>

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 09:36 PM IST

Sports

Latest News

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଥାର୍ଡଫ୍ଲୋର ପଲିଟିକ୍ସ ଓ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଭିତରେ ସଚିବାଳୟ ପ୍ରବେଶ ପାଇଁ ଗଣମାଧ୍ୟମ ଉପରେ ଲାଗିଲା ସରକାରୀ କଟକଣା। &nbsp;ତେବେ ଆଜି ପଯର୍ୟନ୍ତ ବିନା ପାସ୍&zwnj;ଧାରୀ ସାମ୍ବାଦିକ ବି ସଚିବାଳୟ ଯାଇ ପାରୁଥିଲା ବେଳେ ହଠାତ୍ ସରକାରଙ୍କ ନିଷ୍ପତ୍ତି ପଛରେ ବି ଥାର୍ଡ ଫ୍ଲୋର୍ ଗୁପ୍ତ ନିର୍ଦ୍ଦେଶ ନାହିଁ ତ? ଏ ନେଇ ଚର୍ଚ୍ଚା ହେଉଛି । &nbsp;&nbsp;ତେବେ ସରକାରଙ୍କ ଏଭଳି ଆଚରଣ, ଗଣମାଧ୍ୟମର କଣ୍ଠରୋଧର ପ୍ରଥମ ପଦକ୍ଷେପ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି ? ଆସନ୍ତାକାଲିଠାରୁ ବିନା ପାସ୍&zwnj;ରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ୍ ଚେତାବନୀ ଦେଲେ ସୁରକ୍ଷାକର୍ମୀ। &nbsp;ତେବେ ଗଣମାଧ୍ୟମ ଉପରେ ସଚିବାଳୟର ହଠାତ୍ କାହିଁକି ଏ ରୋଷ ? କାହିଁକି ଏଭଳି ନିଷ୍ପତ୍ତି ? ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲା ବେଳେ ଏଭଳି କଟକଣାର ଧମକ ଦେଇଥିଲେ ଥାର୍ଡଫ୍ଲୋର୍ କର୍ମଚାରୀ। &nbsp;ଯାହାକୁ ଆଜି କାର୍ଯ୍ୟକାରୀ କରାଯାଇଥିବା କୁହାଯାଉଛି ।</p><p>ଗୋଟିଏ ପଟେ ସରକାର ଜନସାଧାରଣଙ୍କ ନିକଟକୁ ପହଞ୍ଚିବାକୁ ସୋସିଆଲ୍ ମିଡିଇାଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାଧ୍ୟମରେ ରୀତିମତ ଉଦ୍ୟମ କରୁଛନ୍ତି। &nbsp;ହେଲେ ପ୍ରଶ୍ନ ସରକାରୀ କଳ ଓ ଲୋକଙ୍କ ମଧ୍ୟରେ ସେତୁ ଭଳି କାମ କରୁଥିବା ଗଣମାଧ୍ୟମ ଉପରେ ଏ କଟକଣା ଦ୍ୱାରା ସରକାରଙ୍କର କେଉଁ ଉଦ୍ଦେଶ୍ୟ ସାଧିତ ହେବାକୁ ଯାଉଛି । ନା ଜଣେ ବ୍ୟକ୍ତିବିଶେଷଙ୍କୁ ଖୁସି କରାଇବାକୁ ଏ ଉଦ୍ୟମ ? ତେବେ ଉତ୍ତର କେହି ଦେବାକୁ ନାରାଜ୍।&nbsp; ହଠାତ୍ ସଚିବାଳୟ ପ୍ରବେଶକୁ ନେଇ କାହିଁକି ଗଣମାଧ୍ୟମ ଉପରେ ଲାଗିଲା କଟକଣା? &nbsp;ଏ ନିର୍ଦ୍ଦେଶ କାହାର, ସୂଚନା ଓ ଲୋକସମ୍ପର୍କ ବିଭାଗ ନା ଗୃହ ବିଭାଗର ?&nbsp; ଏ ନେଇ କୌଣସି ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାଁନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଗଣମାଧ୍ୟମର କଣ୍ଠରୋଧ କରିବାକୁ ସଚିବାଳୟର କେଉଁଠୁ ନା କେଉଁଠୁ&nbsp; ପ୍ରୟାସ ଆରମ୍ଭ ହୋଇଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos