ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜୁଏଲଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ରାଜ୍ୟ  ସରକାର ହକିର ବିକାଶ ପାଇଁ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ତାହା ହକି ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡା […]

bjp

Tapaswini Nayak
  • Published: Wednesday, 29 July 2020
  • , Updated: 29 July 2020, 02:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ରାଜ୍ୟ  ସରକାର ହକିର ବିକାଶ ପାଇଁ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ତାହା ହକି ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।  ଏହା ଫଳରେ ହକି ଛାତ୍ରାବାସର ପ୍ରଦର୍ଶନରେ ଅବନତି ଘଟିଛି।  ତେଣୁ ହକିର ବିକାଶ ପାଇଁ ସୁନ୍ଦରଗଡରେ ଏକ ତାଲିମ କେନ୍ଦ୍ର ଖୋଲିବା ପାଇଁ ଜୁଏଲ ଓରାମ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ହକି ଖେଳରେ ସୁନ୍ଦରଗଡ଼ର ଯୁବ ବର୍ଗ ବିଶ୍ୱ ଦରବାରରେ ଦେଶକୁ ଗୌରବାନ୍ୱିତ କରି ପାରିଛନ୍ତି। ହକି ଖେଳର ପ୍ରସ୍ତୁତି ନିମନ୍ତେ   ଜିଲ୍ଲାର ଯୁବ ବର୍ଗ  ୨୦୧୪ ପୂର୍ବରୁ ସୁନ୍ଦରଗଡ଼ରେ ଯେଉଁ ସୁବିଧା ପାଉଥିଲେ କ୍ରମାଗତ ଭାବେ ସେ ମାନରେ ଅବନତି ହେବାରେ ଲାଗିଛ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଖେଳାଳୀଙ୍କୁ ପୂର୍ବ ପରି  ହକିଖେଳର ସୁବିଧା ସୁଯୋଗ  ଯୋଗାଇଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।  .

Related story