ଆରତୀ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସରେ ପଡ଼ି ଯୁବକ ମୃତ, କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସମ୍ମୁଖରେ ଧାରଣା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ କାମ କଲା ବେଳେ ଫର୍ଣ୍ଣେସରେ ପଡ଼ି ଗତକାଲି ରାତିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖୁଣ୍ଟୁଣୀ ଥାନା ବାଇଲୋ ଗାଁର ଜିତେନ୍ଦ୍ର ନାୟକ। ଗତକାଲି ରାତିରେ ଜିତେନ୍ଦ୍ର ଷ୍ଟିଲ ପ୍ଲାଣ୍ଟରେ କାମ କଲାବେଳେ ଫର୍ଣ୍ଣେସରେ ଖସି ପଡ଼ିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ […]

accc

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 12:30 PM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ କାମ କଲା ବେଳେ ଫର୍ଣ୍ଣେସରେ ପଡ଼ି ଗତକାଲି ରାତିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖୁଣ୍ଟୁଣୀ ଥାନା ବାଇଲୋ ଗାଁର ଜିତେନ୍ଦ୍ର ନାୟକ।

ଗତକାଲି ରାତିରେ ଜିତେନ୍ଦ୍ର ଷ୍ଟିଲ ପ୍ଲାଣ୍ଟରେ କାମ କଲାବେଳେ ଫର୍ଣ୍ଣେସରେ ଖସି ପଡ଼ିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି।

Related story